କରୋନା ଅଞ୍ଚଳରୁ ଭାରତୀୟଙ୍କୁ ଏୟାରଲିଫ୍ଟ ,ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଦୁଇଟି ବିମାନ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭।୦୨ - -କରୋନାରେ ଆକ୍ରାନ୍ତ ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଫସିଥିବା ଭାରତୀୟଙ୍କୁ ଆଜି ଏୟାର ଲିଫ୍ଟ କରାଯାଇଛି । ସ୍ବତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଲେ ୧୧୯ ଜଣ ଭାରତୀୟଙ୍କ ସମେତ ୫ ଦେଶର ନାଗରିକ । ସେପଟେ ଚୀନରୁ ମଧ୍ୟ ୭୬ଜଣ ଭାରତୀୟଙ୍କୁ ଉଦ୍ଧାର କରି ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସ୍ବତନ୍ତ୍ର ବିମାନ।  ଅନେକ ଦିନ ଆଶା ଆଶଙ୍କାରେ ଥିବା ଓଡିଆ ପୁଅ ଶିବାଶିଷଙ୍କ ଉଦ୍ଧାର ପରେ ପରିବାରଲୋକେ ଖୁସି ଜାହିର କରିଛନ୍ତି।

{"id":230006,"sizeSlug":"large"}

ଚୀନ ପରେ ଏବେ ୟୁରୋପ,  ମଧ୍ୟପ୍ରାଚ୍ୟ ଏବଂ ଅନ୍ୟ ଏସୀୟ ଦେଶରେ ଦେଖାଦେଲାଣି କରୋନା ଆତଙ୍କ। ୟୁରୋପୀୟ ଦେଶଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ସେଠାରେ ଆତଙ୍କ ଖେଳିଗଲାଣି।  ବ୍ରିଟେନ, ଫ୍ରାନ୍ସ, ଇଟାଲି,ଜର୍ମାନୀ,ସ୍ପେନ୍ ରେ କରୋନା ପ୍ରକୋପ ଚିନ୍ତାର କାରଣ ହେଲାଣି।

{"id":230005,"sizeSlug":"large"}

ଦକ୍ଷିଣ କୋରିଆରେ ୧୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଚୀନରେ ଏଯାଏ କରୋନା ଭାଇରସରେ ୨୮ଶହ ଙ୍କର ଜୀବନ ଯାଇଥିବାବେଳେ ୭୮ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି।

{"id":230004,"sizeSlug":"large"}

ଇରାନରେ ୨୨ ଜଣ ଏବଂ  ଦକ୍ଷିଣ କୋରିଆରେ ୧୩ ଜଣଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ୧୭ ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ପାକିସ୍ତାନରେ ମଧ୍ୟ ଏହି ରୋଗର ଭୟ ଘାରିଲାଣି । କରଚୀରେ ସବୁ ସ୍କୁଲ କଲେଜ ବନ୍ଦ କରାଯାଇଛି। 

{"id":230003,"sizeSlug":"large"}

କରୋନା ଅଞ୍ଚଳରୁ ଭାରତୀୟଙ୍କୁ ଏୟାରଲିଫ୍ଟ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଦୁଇଟି ବିମାନ। ଚୀନ ଓ ଜାପାନରୁ ଆସିଛି ଏହି ଦୁଇ ବିମାନ ।

{"id":230002,"sizeSlug":"large"}

ଜାପାନର ୟୋକହୋମା ଜଳସୀମାରେ  ଫଶି ରହିଥିବା କ୍ରୁଜ ସିପ୍ ଡାଇମଣ୍ଡ ପ୍ରିନ୍ସେସରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।

{"id":230001,"sizeSlug":"large"}

ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇ ନୂଆଦିଲ୍ଲୀ ଅଣାଯାଇଛି। ସେପଟେ ଭାରତୀୟ ବାୟୁସେନାର ସି ୧୭ ଗ୍ଲୋବମାଷ୍ଟର ଚୀନର ୱୁହାନରେ ଫଶିରହିଥିବା ୭୬ ଜଣ ଭାରତୀୟଙ୍କୁ ଉଦ୍ଧାର କରି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି।

{"id":230000,"sizeSlug":"large"}

ଆଉ ଏହେଉଛି ଓଡ଼ିଶାର ବ୍ରହ୍ମପୁରର ଦୃଶ୍ୟ ଏଠାରେ ମିଠା ବଣ୍ଟା ଚାଲିଛି। କାରଣ ଉଦ୍ଧାର ପାଇଥିବା ୧୧୯ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଶିବାଶିଷ ନାୟକ।

{"id":229999,"sizeSlug":"large"}

ବ୍ରହ୍ମପୁର ପନ୍ଦରା ସାହି ଲିଙ୍ଗରାଜ ନାୟକଙ୍କ ପୁଅ ଶିବାଶିଷ ଏହି ଜାହାଜରେ ଖବର ଫସି ରହିଥିବା ନେଇ ନ୍ୟୁଜ ସେଭେନ ଖବର ପ୍ରସାରଣ କରିଥିଲା । ଆଜି ଶିବାଶିଷ ଭାରତ ଫେରିଆସିଥିବା ଶୁଣି ପରିବାର ଲୋକେ ଖୁବ ଖୁସି ହୋଇଛନ୍ତି।

{"id":229998,"sizeSlug":"large"}

ଦିଲ୍ଲୀରେ ପହଞ୍ଚିବା ପରେ ସରକାରଙ୍କ ପକ୍ଷରୁ ଏକ ଆର୍ମି କ୍ୟାମ୍ପ୍‌ରେ ସେମାନଙ୍କୁ ରଖାଯାଇଛି।  ସେମାନଙ୍କୁ ସେଠାରେ ୧୪ ଦିନିଆ ଅବଜର୍ଭେସନରେ ରଖାଯିବ। ପରେ ଘରକୁ ଯିବାକୁ ଅନୁମତି ଦିଆଯିବ।

{"id":229997,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.