ନ୍ୟୁଜିଲ୍ୟାଣ୍ଡ ହୁଡ ଏରୋଡ୍ରମ ନିକଟରେ ଦୁର୍ଘଟଣା, ଧକ୍କାଲାଗି ଜଳିଗଲେ ୨ ବିମାନ

Published By : Prameya-News7 Bureau | June 16, 2019 IST

ମାଷ୍ଟରଟନ ୧୬।୬:  ନ୍ୟୁଜିଲ୍ୟାଣ୍ଡ ମାଷ୍ଟରଟନ ହୁଡ ଏରୋଡ୍ରମରୋ ରବିବାର ଦୁଇଟି ହାଲୁକା ବିମାନ ପରସ୍ପର ସହ ଧକ୍କା ଲାଗି ଖସିପଡିଛନ୍ତି। ଫଳରେ ବିମାନ ୨ଟି ଜଳିଯାଇଥିବା ବେଳେ ଉଭୟ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନ ୨ଟି ଅବତରଣ କରିବା ଲାଗି ଏରୋଡ୍ରମ ଆଡକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଉଭୟ ବିମାନରେ ନିଆଁ ଲାଗିଯାଇଥିଲା। 

{"id":123797}

ଦୁର୍ଘଟଣାର ଧ୍ୱଂସ୍ତ ବିମାନ ୨ଟି ମଧ୍ୟରୁ ଗୋଟିଏ ୱିରାର୍ପା ଏରୋ କ୍ଲବର ହୋଇଥିବା ବେଳେ ଅନ୍ୟଟି ହୁଡ ଏରୋଡ୍ରମରୁ ଚଳାଚଳ କରୁଥିବା ସ୍କାଏ ଡାଇଭ ୱିଲିଂଟନର ବୋଲି କୁହାଯାଇଛି।  ସ୍କାଏ ଡାଇଭରମାନଙ୍କୁ  ଆକାଶରେ ଛାଡି ଏହି ବିମାନଟି ଏରୋଡ୍ରମକୁ ଫେରୁଥିବା ରାସ୍ତାରେ  ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି। ମୃତ ପାଇଲଟମାନଙ୍କ ଶବ ଜବତ କରାଯିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଥିବା କହିଛି ପୋଲିସ ।

{"id":123798}

ଦୁର୍ଘଟଣା ବେଳେ ସ୍କାଏ ଡାଇଭ ୱିଲିଂଟନର ବିମାନ ରନୱେ ଆଡକ ମୁହାଁଇ ସାରିଥିଲା। ତେବେ ସେତେବେଳକୁ ଅନ୍ୟ ବିମାନଟି ମଧ୍ୟ ଅବତରଣ ଉଦ୍ୟମ କରୁଥିଲା। ଏଣୁ ଗୋଟିଏ ସମାନ୍ତରାଳରେ ଆସିଯିବା ଯୋଗୁ ଉଭୟ ବିମାନ ପିଟି ହୋଇ ଆକାଶରେ ଜଳିବାକୁ ଲାଗିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ୱିରାର୍ପା ଏରୋ କ୍ଲବର ଓ’ ଡୋନେଲ କହିଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଗତ ୨ ଦିନରେ ଏହା ଦ୍ୱିତୀୟ ବିମାନ ଦୁର୍ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.