ରେଢାଖୋଲରେ ପୃଥକ ପୃଥକ ସ୍ଥାନରେ ହତ୍ୟାକାଣ୍ଡ, ଦୁଇ ମୃତ
8/03/2019 at 1:32 PM

ରେଢାଖୋଲ ୮|୩ : ରେଢାଖୋଲ ନାକଟିଦେଉଳ ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ହତ୍ୟାକାଣ୍ଡ ହୋଇଛି । ଟଙ୍କା ପଇସା କାରବାରକୁ କେନ୍ଦ୍ର କରି ଝାରବେଡା ଗାଁରେ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୁଶାନ୍ତ ବେହେରା । ସୁଶାନ୍ତଙ୍କୁ କିଛି ଲୋକ ଡାକି ନେଇ ଟାଙ୍ଗିଆରେ ହାଣି ହତ୍ୟା ଦେଇଛନ୍ତି । ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଛି । ସେପଟେ କେଉଟିବେରେଣି ଗାଁରେ ଠେଙ୍ଗାରେ ପିଟି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ବନ ରାଉତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ନାକଟିଦେଉଳ ପୋଲିସର ତଦନ୍ତ ଆରମ୍ଭ ।