Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପାରା ଗ୍ଲାଇଡିଂ ବେଳେ ଛିଡିଗଲା ରଶି, ଖୋଲିଲାନି ପାରାଚ୍ୟୁଟ୍ : ଆକାଶରୁ ଖସି ପଡିଲେ ୨ ଗ୍ଲାଇଡର୍, ତାପରେ…

21/01/2021 at 12:00 PM

ନୂଆଦିଲ୍ଲୀ, ୨୧।୦୧ :   ଉତ୍ତର ପ୍ରଦେଶର ହନୁଓ୍ୱନ୍ତିଆ ଜଳ ମହୋତ୍ସବରେ ବୁଧବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ଦୁଇ ମୃତକ ଏକ ଇଭେଣ୍ଟ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଏହି ଦୁଇଜଣ ପାରାଗ୍ଲାଇଡିଂ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି । ଜିଲ୍ଲାପାଳ ଏହାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଧବାର ସନ୍ଧ୍ୟା ୬ଟାରେ ଏହି ଅଘଟଣ ଘଟିଥିଲା । ସନସେଟ୍ କମ୍ପାନୀର ୨ କର୍ମଚାରୀ ପାରାଗ୍ଲାଇଡିଂରେ ଆକାଶରେ ବିଭିନ୍ନ କୌଶଳ ଦେଖାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିଲେ । ହଠାତ ବହୁ ଉଚ୍ଚକୁ ଯିବା ପରେ ଗ୍ଲାଇଡରର ଦଉଡି ଛିଡି ଯାଇଥିଲା । ଏହାସହ ପାରାଚ୍ୟୁଟ୍ ଖୋଲିନଥିଲା । ଏହାପରେ ଉଭୟ ତଳେ ଖସି ପଡିଥିଲେ ।

ଏହାଦେଖି ଅନ୍ୟମାନେ ଗ୍ଲାଇଡର୍ ପଡିଥିବା ସ୍ଥାନକୁ ଯାଇଥିଲେ । ବହୁକଷ୍ଟରେ ଉଭୟଙ୍କୁ ଗ୍ଲାଇଡରର ଜାଲ କାଟି ବାହାର କରାଯାଇଥିଲା । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ଉଭୟ ମୃତ୍ୟୁବରଣ କରିଥିଲେ । ମୃତକ ଦ୍ୱୟ ହେଲେ ଗଜପାଲ ସିଂ ଓ ବାଲଚନ୍ଦ ଦାଙ୍ଗୀ ।

ବୁଧବାର ହନୁଓ୍ୱନ୍ତିଆ ଜଳ ମହୋତ୍ସବରେ ପାରାଗ୍ଲାଇଡିଂ ସମୟରେ ଘଟିଥିବା ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଜିଲ୍ଲାପାଳ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଭିଡିଓ ତଥା ଅନ୍ୟ କିଛି ତଥ୍ୟ କାହା ପାଖରେ ଥିଲେ ତାକୁ ତଦନ୍ତରେ ବ୍ୟବହାର କରାଯିବ ବୋଲି ଉପ ଜିଲ୍ଲାପାଳ ନନ୍ଦା ଭଲାବେ କୁଶରେ କହିଛନ୍ତି ।

   Related Posts