ଆଜିଠୁ ଯୁକ୍ତ ଦୁଇ ଅଫ ଲାଇନ ଖାତା ଦେଖା ଆରମ୍ଭ : ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବ୍ୟବସ୍ଥା

Published By : Prameya-News7 Bureau | June 08, 2020 IST

ଭୁବନେଶ୍ବର ୮/୬: ଆଜିଠୁ ଯୁକ୍ତ ଦୁଇ ଅଫ ଲାଇନ ଖାତା ଦେଖା ଆରମ୍ଭ ହୋଇଛି । ଚଳିତ ମାସ ୧ ତାରିଖରୁ ଇ-ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଅଫ ଲାଇନ ଖାତା ଦେଖା ହେଉଛି । ଅଫ ଲାଇନରେ ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି ।

ଖାତା ଦେଖା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି । ୪୫ ଦିନ ମଧ୍ୟରେ  ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ  ରହିଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରୀ ଜୁଲାଇ ପ୍ରଥମ ସପ୍ତାହରେ ବାକି ଥିବା ପରୀକ୍ଷା ଅନୁଷ୍ଠିତ ହେବ  ବୋଲି କୁହାଯାଇଛି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.