ବଢିଲା ଟେନ୍‌ସନ୍‌ : ଭାରତରେ ୨ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଲୀ ୦୨/୧୨ : ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪୬ ହୋଇଥିବା ସୂଚନା ମିଳିଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  

କେନ୍ଦ୍ର ସରକାରଙ୍କ ପକ୍ଷରୁ ଓମିକ୍ରନ୍‌ର ଭୟାବହତାକୁ ନେଇ ବାରମ୍ବାର ସତର୍କ କରାଯାଉଥିଲା । ବରିଶେଷରେ ଭାରତରେ ପ୍ରବେଶ କରିଛି ଏହି ଭୟଙ୍କର ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତିଙ୍କ ଶରୀରରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଟ୍ରେସ୍‌ କରାଯାଉଛି । ତେବେ ଚିହ୍ନଟ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଏବେ କିଭଳି ରହିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏ ନେଇ ପ୍ରେସ ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ।

wp:embed {"url":"https://twitter.com/ANI/status/1466361108948602883","type":"rich","providerNameSlug":"twitter","responsive":true}
https://twitter.com/ANI/status/1466361108948602883
/wp:embed

ବିଶ୍ବରେ ଭୟଙ୍କର ହେବାରେ ଲାଗିଛି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ । ଏ ଯାଏଁ ମୋଟ ୨୯ଟି ଦେଶକୁ ମାଡିଗଲାଣି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ । ୨୯ ଦେଶରେ ମୋଟ ୩୭୩ ଜଣ ଏହି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ । ସାରା ବିଶ୍ବକୁ ଏହା ବିଚଳିତ କରିପକାଇଲାଣି । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଦିଆଯାଉଥିବା କୋଭିଡ୍‌ ଟିକା ଓମିକ୍ରନ୍‌କୁ ରୋକିବାରେ ସକ୍ଷମ ହେବ କି ନାହିଁ ତାହା ଅସ୍ପଷ୍ଟ । ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ପ୍ରେସ୍‌ମିଟ୍‌ ଜରିଆରେ କହିଛନ୍ତି, ‘ଓମିକ୍ରନ୍‌ର ଭୟାବହତା ଦୃଷ୍ଟିରୁ ରିସ୍କ ଦେଶଗୁଡିକରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି । ସେହି ଦେଶ ଗୁଡିକରୁ ଆସୁଥିବା ବ୍ୟକ୍ତିମାନେ ଦେଶରେ ପହଞ୍ଚିବା ପରେ କୋଭିଡ୍‌ RT-PCR ଟେଷ୍ଟ କରାଇବା ବାଧ୍ୟତାମୂଳକ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ପ୍ରୋଟୋକୋଲ ଅନୁଯାୟୀ ସେମାନେ ହସ୍ପିଟାଲରେ ରହିବେ କିମ୍ବା ଅଧିକ ସମସ୍ୟା ଦେଖାଗଲେ ହସ୍ପିଟାଲରେ ଆଡ୍‌ମିଟ୍‌ ହେବେ । ଏହା ସହିତ ଯେଉଁମାନଙ୍କର RT-PCR ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ୭ଦିନିଆ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ।’

wp:embed {"url":"https://twitter.com/ANI/status/1466363838442340361","type":"rich","providerNameSlug":"twitter","responsive":true}
https://twitter.com/ANI/status/1466363838442340361
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.