ନୃଶଂସତାର ସୀମା ଟପିଲା ଉତ୍ତର କୋରିଆ : ଦକ୍ଷିଣ କୋରିଆର ଦୁଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା, ଜାଳିଦେଲେ ମୃତଦେହ

Published By : Prameya-News7 Bureau | September 24, 2020 IST

ସିଓଲ, ୨୪ ।୦୯:  ଦକ୍ଷିଣ କୋରିଆର ୨ ଅଧିକାରୀଙ୍କୁ ଉତ୍ତର କୋରିଆରେ ନୃଶଂସ ଭାବ ଗୁଳି କରି ହତ୍ୟା କରାଯାଇଛି । ଏହାସହ ସେମାନଙ୍କ ମୃତଦେହକୁ ମଧ୍ୟ ପୋଡି ଦିଆଯାଇଛି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢିବ ବୋଲି ଆଶଙ୍କା କରାଯାଉଛି ।

ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟର କହିବାନୁସାରେ, ୨ ଅଧିକାରୀଙ୍କୁ ଶେଷତର ପାଇଁ ଉତ୍ତର କୋରିଆ ଉପକୂଳରେ ଦେଖିବାକୁ ମିଳିଥିଲା । ସେମାନେ କୌଣସି ସୂଚନା ପାଇ ସେଠାରେ ପହଁଚିଥିଲେ । ସେଠାରେ ଉତ୍ତର କୋରିଆର କିଛି ସୈନିକ ଅଧିକାରୀ ଦ୍ୱୟଙ୍କୁ ଗୁଳିକରିବା ସହ ମୃତଦେହକୁ ପୋଡି ଦେଇଥିଲେ ।

ତେବେ ଏହି ଘଟଣାକୁ ଦକ୍ଷିଣ କୋରିଆ ସରକାର କଡା ନିନ୍ଦା କରିଛନ୍ତି । ତେବେ ଉତ୍ତର କୋରିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଉତ୍ତର କୋରିଆ ଏପରି କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଆମେରିକା ଭଳି ଦେଶ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ପରେ ଉତ୍ତର କୋରିଆର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । କରୋନା ସଂକ୍ରମଣ ହେଲେ ଏହାକୁ ରୋକିବା କିମ୍ ଜଙ୍ଗଙ୍କ ପାଇଁ କଷ୍ଟକର ହୋଇପଡିବ । ଜାନୁଆରୀରେ ଏହି ଦେଶ କରୋନା ଭୟରେ ଚୀନ୍ ସୀମାକୁ ସିଲ୍ କରିଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.