ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଶେଷ କୃତ୍ୟ ହେଲା ସମ୍ପନ୍ନ

Published By : Prameya-News7 Bureau | June 13, 2019 IST

ଖୋର୍ଦ୍ଧ।  ୧୩/୬: ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଶେଷ କୃତ୍ୟ ସମ୍ପନ୍ନ  ହୋଇଛି।କାଠମାଣ୍ଡୁ ନିକଟରେ ତୀର୍ଥ ଯାତ୍ରୀ ବସ୍‌ କୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ୨ ଜଣ ପ୍ରାଣ ହରାଇବା ସହ ୪୦ ଆହତ ହୋଇଥିଲେ । ୬ ଗୁରୁତର ଏବେ ବି ନେପାଳର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  ।

{"id":122618,"width":595,"height":327}

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା ।ନେପାଳ ତୀର୍ଥ କରିବାକୁ ଗଲେ । ହେଲେ ସଶରୀରେ ଫେରିଲେନି  ଖୋର୍ଦ୍ଧା ମଳିପଡ଼ା ଗାଁର ଚରଣ ବିଶ୍ବାଳ ଏବଂ ପୁରୀ ଡେଳାଙ୍ଗ ଥାନା ଯମୁନା ଗାଁର ବିଜୟ ଜେନା । ଜନ୍ମମାଟିକୁ ଆସିଲା ଏମାନଙ୍କ ମୃତ ଦେହ ।   ଦେଖନ୍ତୁ ଗାଁରେ ମରଶରୀର  ପହଞ୍ଚୁ ପହଞ୍ଚୁ କି ପ୍ରକାର ଭିଡ଼ । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ । ଚରଣ, ବିଜୟଙ୍କୁ ସେମାନଙ୍କ ଗାଁ ଲୋକେ ଅଶ୍ରୁଳ ବିଦାୟ ଦେଇଛନ୍ତି । ଚରଣଙ୍କ ଅନ୍ତିମ ସଂସ୍କାର ମିଳିପଡ଼ା ଶ୍ମଶାସନରେ ହୋଇଥିବା ବେଳେ, ବିଜୟଙ୍କ ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ହୋଇଥିଲା ।

{"id":122619,"width":594,"height":327}

ଗତ ୬ ତାରିଖରେ ଖୋର୍ଦ୍ଧ। ଓ ଡେଲାଙ୍ଗ ଅଞ୍ଚଳର ୬୦ଜଣ ତୀର୍ଥଯାତ୍ରୀ ନେପାଳ ଯାଇଥିଲେ ତୀର୍ଥ କରିବାକୁ । ତେବେ କାଠମାଣ୍ଡୁ ନିକଟରେ ଯାତ୍ରୀବାହୀ ବସଟି ଠିଆ ହୋଇଥିବା ସମୟରେ ପଛପଟୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଖୋର୍ଦ୍ଧ। ମଳିପଡାର ଚରଣ ବିଶ୍ବାଳ ଓ ପୁରୀ ଡେଲାଙ୍ଗ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୪୦ ରୁ ଅଧିକ ଆହତ ହୋଇଥିବା ବେଳେ, ୬ ଜଣ ଗୁରୁତର ନେପାଳ ଚନ୍ଦ୍ରନିଘାପୁରର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.