ଜାତୀୟ ଅଶ୍ବାରୋହଣ ପ୍ରତିଯୋଗିତାରେ ଦୁଇ ଓଡିଆ ଯବାନଙ୍କ ସଫଳତା ପ୍ରାପ୍ତି
1/04/2019 at 2:00 PM

ଭୁବନେଶ୍ବର ୧/୪: ଜାତୀୟ ଅଶ୍ବାରୋହଣ ପ୍ରତିଯୋଗିତାରେ ଦୁଇ ଓଡିଆ ଯବାନଙ୍କ ସଫଳତା ମିଳିଛି। ମେଜର ପ୍ରୀତମ୍ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ରୈାପ୍ୟ ଓ ଡେପୁଟି କମାଣ୍ଡାଣ୍ଟ୍ ଡା. ପ୍ରକାଶ ଜେନାଙ୍କୁ ମିଳିଛି ଦଳଗତ ଭାବେ କାଂସ୍ୟ ପଦକ ।
ବେଙ୍ଗାଲୁର ସେନା ସେବାକୋର୍ କ୍ୟାମ୍ପସରେ ଗତ ମାର୍ଚ୍ଚ ୧୫ରୁ ୨୫ ତାରିଖ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଥମ ଦିନ ଡ୍ରେସାଜ୍, ଦ୍ବିତୀୟ ଦିନ କ୍ରସକଣ୍ଟ୍ରି ଓ ତୃତୀୟ ଦିନ ସୋ-ଜମ୍ପିଙ୍ଗ ପଏଣ୍ଟକୁ ମିଶାଇ ବିଜେତା ଚୟନ କରା ଯାଇଥିଲା ।
ବଲାଙ୍ଗୀର ଅଧିବାସୀ ମେଜର ମିଶ୍ର ବର୍ତ୍ତମାନ ଭାରତୀୟ ସେନାର 61-kavalry ଏବଂ କେନ୍ଦ୍ରାପଡା ଅଧିବାସୀ ଡେପୁଟି କମାଣ୍ଡାଣ୍ଟ ଡା. ଜେନା ଭାରତ-ତିବ୍ବତ ସୀମା ପୁଲିସ ବାହିନୀରେ କାର୍ଯ୍ୟରତ ଅଟନ୍ତି । ଏହି ପ୍ରତିଯୋଗିତାର ଅଫିସିଆଲ୍ ଦାୟିତ୍ବ ପରିଚାଳନା କରିଥିଲେ ଆଉ ଜଣେ ଓଡିଆ, କର୍ଣ୍ଣେଲ ଡା. ଦୁର୍ଗା ପ୍ରସାଦ ନନ୍ଦ ।
ଭୁବନେଶ୍ବର ସ୍ଥିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର veterinary ସ୍କ୍ବାର୍ଡନରୁ ଅଶ୍ବାରୋହଣ ଶିକ୍ଷା କରିଥିବା ଦୁଇ ଓଡିଆ ସେନା ପ୍ରତିଯୋଗୀଙ୍କ ସଫଳତା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଶୁଭେଛା ଜ୍ଞାପନ କରା ଯାଇଛି ।
