ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ

Published By : Prameya-News7 Bureau | October 31, 2020 IST

ଭୁବନେଶ୍ୱର,୩୧/୧୦:  ଖୋର୍ଦ୍ଧା ସାରୁଅ ଓଟିଭି ଜମି କେଳେଙ୍କାରୀ ମାମଲାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ଓଡିଶା ଇନଫ୍ରାଟେକର ୨ କର୍ମଚାରୀଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ୨ କର୍ମଚାରୀ ହେଲେ ଦୀନବନ୍ଧୁ ସାମନ୍ତରାୟ, ବିଶ୍ୱଜିତ ରାଉତରାୟ  । ଏହି ଦୁଇ କର୍ମଚାରୀ ସାରୁଅରେ ଶ୍ରମିକଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ।  ଶ୍ରମିକମାନେ କାମ କରୁଥିବା ବେଳେ ଦୀନବନ୍ଧୁ ଓ ବିଶ୍ୱଜିତ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା  । ଏନେଇ ବାଘମାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଶ୍ରମିକ ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ସାରୁଅ ଜମି କେଳେଙ୍କାରୀ ମାମଲାରେ ତରଙ୍ଗ ଷ୍ଟୁଡିଓରେ ପହଁଞ୍ଚିଥିଲେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର। ତାଙ୍କ ସହ ଆଦର୍ଶ ଥାନା ଆଇଆଇସି ଉମାଶଙ୍କର ସିଂହ ମଧ୍ୟ ପହଞ୍ଚିଥିଲେ।ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହଙ୍କୁ ପଚରାଉଚୁରା କରିବା ପାଇଁ ଟିମ୍‌ ପହଁଚିଥିଲା।

ଏନେଇ ଅକ୍ଟୋବର ୧୫ରେ ପ୍ରଶାସନ ପକ୍ଷରୁ ତରଙ୍ଗ ଷ୍ଟୁଡିଓରେ ନୋଟିସ୍‌ ଲଗାଯାଇଥିଲା ।ଏପରିକି ରଣଧୀର ସିଂହ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ତରଙ୍ଗ ଷ୍ଟୁଡିଓ ଗେଟ୍ ସାମ୍ନାରେ ନୋଟିସ୍‌ ଝୁଲାଇଥିଲା ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.