ଭୁବନେଶ୍ୱର ଆସୁଛି ସହିଦଙ୍କ ପାର୍ଥିବ ଶରୀର : ବିମାନବନ୍ଦରରେ ଓଡ଼ିଆ ସହିଦଙ୍କୁ ଦିଆଯିବ ଗାର୍ଡ ଅଫ ଅନର

Published By : Prameya-News7 Bureau | February 16, 2019 IST

ଭୁବନେଶ୍ୱର ୧୬/୨ : ଆଜି ଭୁବନେଶ୍ୱର ଆସୁଛି ପାର୍ଥିବ ଶରୀର | ପୁଲୱାଲରେ ବିସ୍ଫୋରଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ଆସୁଛି | ଭୁବନେଶ୍ୱର ବିମାନବନ୍ଦରରେ ଦୁଇ ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯିବ | ଦୁଇ ସହିଦଙ୍କ ପାର୍ଥିବ ଶରୀର ନିଜ ନିଜ ଜନ୍ମ ମାଟିକୁ ନିଆଯିବ |


ସୂଚନାଯୋଗ୍ୟ ଯେ, କାଶ୍ମୀର ପୁଲୱାମା ଆତଙ୍କୀ ହମ୍‌ଲାରେ ସହିଦ ହୋଇଛନ୍ତି ନିଆଳି ରତନପୁର ଗାଁର ମନୋଜ କୁମାର ବେହେରା । ବାପା ମାଙ୍କର ଏକମାତ୍ର ପୁଅଥିଲେ ମନୋଜ । ୨୦୦୬ରେ ସିଆରପିଏଫ୍‌ରେ ଯୋଗଦେଇଥିଲେ । ୨୦୧୭ରେ ବିବାହ କରିଥିଲେ । ଝିଅ ଜନ୍ମଦିନ ଯୋଗଦେଇ ଫେବ୍ରୁଆରୀ ୬ରେ ଫେରିଯାଇଥିଲେ କାର୍ଯ୍ୟସ୍ଥଳ କାଶ୍ମୀର । ଶ୍ରୀନଗର ଅଭିମୁଖେ ବାହାରିବା ବେଳେ ସକାଳେ ମାଙ୍କ ସହ କଥା ହୋଇଥିଲେ, କଥା ଦେଇଥିଲେ ମାର୍ଚ୍ଚରେ ଆସିବେ। ଏବେ ଆସିଲା ତାଙ୍କ ସହିଦ ହେବା ଖବର।

{"id":85637}


ସେହିଭଳି ସହିଦ ହୋଇଥିବା ଆଉଜଣେ ଓଡିଆ ପୁଅ ହେଉଛନ୍ତି ଜଗତସିଂପୁର ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ଗାଁରେ ପାଠପଢ଼ା ସରିବା ପରେ ୧୯୯୫ ମସିହାରେ ଦେଶମାତୃକାର ସେବା କରିବାକୁ ସିଆରପିଏଫର ୬୧ବାଟାଲିଅନରେ ଯୋଗଦେଇଥିଲେ । ତିନି ଭାଇଙ୍କ ଭିତରେ ଥିଲେ ସବା ସାନ । ନଭେମ୍ବର ମାସରେ ଗାଁକୁ ଆସିଥିଲେ । ବେଶ୍‌ ହସଖୁସିରେ ପୁଅର ଜନ୍ମଦିନରେ ଷୋଳପୂଜା କରିଥିଲେ । ଗାଁ ଲୋକଙ୍କୁ କଥା ଦେଇଥିଲେ ପୁଣି ଆସିବେ ହେଲେ ଆସିଲା ତାଙ୍କ ମୃତ୍ୟୁର ଖବର । ବାପା କାଶିନାଥ ସାହୁ, ମାଆ ଲଳିତା ସାହୁଙ୍କ ପାଖରେ ପତ୍ନୀ ମିନାରାଣୀ, ପୁଅ ଗଗନ ଆଉ ଝିଅ ରୁନିକୁ ଛାଡ଼ି ସେ ଦେଶ ପାଇଁ ସହିଦ ହୋଇଛନ୍ତି ।

{"id":85638}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.