Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍ : ଏନଟିପିସିର ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ମୃତ

3/09/2019 at 12:17 PM

ସୁନ୍ଦରଗଡ଼ ୩/୯: ସ୍କୁଟିରେ ଅଫିସକୁ ଗଲାବେଳେ ଟ୍ରକ୍ ଚଢ଼ିଯିବା ଯୋଗୁଁ ୨ଜଣ ଏନଟିପିସି କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଛକର ସଦର ଥାନା ଅଞ୍ଚଳରେ ଏକ ଛଅଚକିଆ ଟ୍ରକ୍ ଚଢ଼ିଯିବା ଯୋଗୁଁ ସୁସ୍ମିତା କବିରାଜ ଓ ଅନ୍ୟ ଜଣେ ପୁରୁଷ କର୍ମଚାରୀ ସୂର୍ଯ୍ୟକାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସ୍କୁଟି ନଂ ହେଉଛି ଟିଏସ ୨୨ ଏ୭୪୮୧।

ମୃତ ମହିଳା କର୍ମଚାରୀଙ୍କ ନିଜ ଘର ବିଳାସପୁରରେ ବୋଲି ଜଣା ପଡ଼ିଛି। ତେବେ ପୁରୁଷ କର୍ମଚାରୀଙ୍କ ଘର କେଉଁଠାରେ ଜଣା ପଡ଼ିନାହିଁ। ତେବେ ଏମାନେ ସୁନ୍ଦରଗଡ଼ ଦର୍ଲିପାଲିରେ ରହୁଥିଲେ। ଆଜି ସକାଳୁ କୌଣସି କାମରେ ସୁନ୍ଦରଗଡ଼ ଆସିଥିଲେ। ଦର୍ଲିପାଲିରେ ଥିବା ଅଫିସକୁ ଯିବାଲାଗି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଏବଂ ସେମାନଙ୍କ କାର୍ଯାଳୟକୁ ଖବର ଦିଆଯାଇଛି।

   Related Posts