Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଇପିଏଲ ଖେଳିବେ ଆଉ ୨ ନୂଆ ଟିମ୍ ! ଜୁଲାଇରେ ହେବ ନିଲାମୀ

29/06/2021 at 9:41 AM

ନୂଆଦିଲ୍ଲୀ, ୨୯/୦୬ :  ଆଇପିଏଲ-୨୦୨୧ର ବଳକା ମ୍ୟାଚ୍ ୟୁଏଇରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ୨ଟି ନୂଆ ଫ୍ରାଞ୍ଚାଇଜି ଟିମ୍‌ର ନିଲାମ ସାରିବାକୁ ଲକ୍ଷ୍ୟ ରଖିଛି ।ଏଥିପାଇଁ ଜୁଲାଇରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଗତ କିଛିଦିନ ଧରି ଆଇପିଏଲରେ ୮ଟି ଟିମ୍ ୧୦ରେ ପହଁଚିବ ବୋଲି ଚର୍ଚ୍ଚା ଜାରି ରହିଛି । ଏକ ରିପୋର୍ଟ ଅନୁସାରେ, ଗୋଟିଏ ଆଇପିଏଲ ଟିମ୍ କିଣିବାକୁ ଚାହୁଁଥିବା ଏକ କମ୍ପାନୀର ସିଇଓ ଏ ବାବଦରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ କର୍ତ୍ତୃପକ୍ଷ ଆସନ୍ତା ମାସରେ ବିଜ୍ଞପ୍ତି ପ୍ରକାଶ କରିବେ । ଏନେଇ ସେ କିଛି ମାସ ହେଲା ଅପେକ୍ଷା କରିଥିଲେ । ନିଲାମ ମୂଲ୍ୟ ୨୫ କୋଟି ଡଲାର ରହିପାରେ ।

କ୍ରିକବଜ୍‌ର ଖବର ଅନୁସାରେ, ରେଡବାର୍ଡ କ୍ୟାପିଟାଲ୍ସ ଆଇପିଏଲର ଏକ ଟିମ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛି । ଏହା ରାଜସ୍ଥାନର ୧୫ ପ୍ରତିଶତ ଅଂଶ ମଧ୍ୟ କ୍ରୟ କରିଛି । ତେବେ ମହାମାରୀ ପାଇଁ ଟିମ୍ ଦାମରେ ହ୍ରାସ ପାଇବ ନାହିଁ । ସୂତ୍ରାନୁସାରେ, ଅନେକ ବ୍ୟକ୍ତି ଆଇପିଏଲ ଫ୍ରାଞ୍ଚାଇଜି କିଣିବା ତାଲିକାରେ ରହିଛନ୍ତି । ତେବେ କେଉଁ ନୂଆ ଦଳ ଆଇପିଏଲରେ ସାମିଲ ହେବେ ତାହା ଜୁଲାଇରେ ଜଣାପଡିବ ।

   Related Posts