IPLରେ ସାମିଲ ହେଲେ ୨ ନୂଆ ଟିମ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି ।  ଅହମ୍ମଦାବାଦକୁ CVC କ୍ୟାପିଟାଲ ପାର୍ଟନର୍ସ କିଣିଥିବା ବେଳେ ଲକ୍ଷ୍ନୌ ଟିମକୁ କିଣିଛି RPSG ଗ୍ରୁପ୍ ।

ଆଗାମୀ ଆଇପିଏଲରେ ୨ଟି ନୂଆ ଟିମ୍ ଚୟନ ହୋଇଛି । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍, ଇନ୍ଦୋର, ଧର୍ମଶାଳା, ଗୌହାଟୀ ନୂଆ ଟିମ୍ ରେସରେ ଥିଲେ । ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଅହମ୍ମଦାବାଦ ଏବଂ ଲକ୍ଷ୍ନୌକୁ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ଦୁଵାଇରେ ଖୋଲାଯାଇଥିଲା ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍‌ର ବେସ୍‌ ପ୍ରାଇସ୍‌ (ମୂଲ୍ୟ ଦର) ୨୦୦୦ କୋଟି ଟଙ୍କା ରଖିଥିଲା । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଥିଲେ । ପ୍ରମୁଖ ଵିଡର୍ ମଧ୍ୟରେ ଥିଲେ ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ , ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଥିଲେ । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହୋଇଥିଲା ନୂଆ ଫ୍ରାଞ୍ଚାଇଜ୍ । ଆଗାମୀ ସିଜିନରେ ଏହି ୨ଟି ନୂଆ ଟିମ୍‌କୁ ସାମିଲ କରାଯିବାର ସୂଚନା ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.