ଏସବିଆଇ ଗ୍ରାହକଙ୍କ ପାଇଁ ୨ଟି ନୂଆ ନିୟମ: ଅସୁବିଧାରେ ପଡ଼ିବେ ବ୍ୟାଙ୍କ୍ ଖାତାଧାରୀ

Published By : Prameya-News7 Bureau | January 15, 2019 IST

ନୂଆଦିଲ୍ଲୀ ୧୫/୧: ଯଦି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଅଛି ତେବେ ଆପଣ ଏହା ନିଶ୍ଚୟ ଜାଣି ରଖିବ ଉଚିତ୍। କାରଣ ଏବେ ଆମେ ଏସବିଆଇର ୨ଟି ନୂଆ ନିୟମ ବିଷୟରେ କହିବୁ ଯାହା ଆପଣ ଜାଣିବା ନିହାତି ଆବଶ୍ୟକ    । ଦିନକୁ ଦିନ ବ୍ୟାଙ୍କର ନିୟମାବଳୀ ଏବଂ ସର୍ତ୍ତ ପରିବର୍ତ୍ତନ ହେଉଅଛି  । ଏଥି ଯୋଗୁଁ ଆମ ସମସ୍ତଙ୍କୁ ଜାଣି ରଖିବ ଉଚିତ୍ ଯେ ଆଗକୁ କ’ଣ ଘଟିବ।

୧. ଯଦି ଏସବିଆଇରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରହିଛି ତେବେ ଆପଣଙ୍କ ପାଇଁ ଖରାପ ଖବର ହେଉଛି ଯେ ଆପଣ ଯଦି ଏସବିଆଇରୁ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅଧିକ ସୁଧ ସହିତ ଋଣ ସୁଝିବାକୁ ପଡ଼ିବ। ପ୍ରକୃତରେ ଏବେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଲୋନ୍ ନେବା ପାଇଁ ଆପଣଙ୍କୁ ଅଧିକ ଅର୍ଥ ସୁଝିବାକୁ ପଡ଼ିବ କାରଣ ଏବେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏମସିଏଲଆର୍ ଦର ବଢ଼ାଇ ଦେଇଛି ଯାହା ପରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ।

୨.ଦ୍ବିତୀୟ ନିୟମ ହେଉଛି ଯଦି ଏସବିଆଇରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରହିଛି ଏବଂ ଆପଣ ଅନଲାଇନ୍ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଆପଣ ମଧ୍ୟ ମ୍ୟାପ୍ ଦ୍ବାରା ଏସବିଆଇର ପୋର୍ଟାଲ୍ ରେ ପେମେଣ୍ଟ କରିବେ ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିବ। ଆପଣ ପେଟ୍ରୋଲ୍ ପମ୍ପ୍ ଏବଂ ଅନ୍ୟ ପୋର୍ଟାଲରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମାଧ୍ୟମରେ ଏବଂ ଭୀମ ଆପ୍ଲିକେସନ୍ ଦ୍ବାରା ମଧ୍ୟ ଯଦି ପେମେଣ୍ଟ କରିବେ ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.