ଖୁସି ଖବର : ଆଜି ରେଲଓ୍ବେର ବଦଳିଲା ୨ଟି ନିୟମ : ଜାଣନ୍ତୁ କ’ଣ ?
1/04/2019 at 3:21 PM

ନୂଆଦିଲ୍ଲୀ ୧/୪: ଭାରତୀୟ ରେଳ ନିଜ କୋଟି କୋଟି ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ନୂଆ ନୂଆ ପରିବର୍ତ୍ତନ କରିଥାଏ। ଆଜିଠୁ ରେଲଓ୍ବେ ନିଜ ନିୟମରେ ଦୁଇଟି ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ କୋଟି କୋଟି ଯାତ୍ରୀଙ୍କ ଯାତ୍ରା ସହଜ ହୋଇଯିବ। ଏହା ସହିତ ଟ୍ରେନ୍ ଛାଡ଼ିଦେଲେ ହେଉଥିବା ସମସ୍ୟାରୁ ମୁକ୍ତି ମିଳିବ।
କନେକ୍ଟିଙ୍ଗ୍ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଭାରତୀୟ ରେଳ ଆଜି ଏକ ବଡ଼ ଉପହାର ଦେଇଛି। ନୂଆ ନିୟମ ଅନୁସାରେ କନେକ୍ଟିଙ୍ଗ୍ ଯାତ୍ରା ପାଇଁ ୨ଟି ଟିକଟ ବୁକ୍ କରୁଥିବା ଯାତ୍ରୀ ନିଜ ପିଏନଆରକୁ କନେକ୍ଟ କରି ପାରିବେ। ଏହା ଦ୍ବାରା ଗୋଟିଏ ଟ୍ରେନ୍ ବିଳମ୍ବ ହେଲେ ଦ୍ବିତୀୟ ଟ୍ରେନ୍ ଛାଡ଼ିବା ସ୍ଥିତିରେ ଯାତ୍ରୀଙ୍କୁ ଗୋଟିଏ ଟିକଟର ପୂରା ଟଙ୍କା ରିଫଣ୍ଡ କରି ଦିଆଯିବ। ଏହି ସୁବିଧାର ଲାଭ ଉଠାଇବା ପାଇଁ ରେଲଓ୍ବେ କେତେକ ସର୍ତ୍ତ ଜାରି କରିଛି। ଏହି ସର୍ତ୍ତ ଅନୁସାରେ,ଦୁଇଟି ଟିକଟରେ ଯାତ୍ରୀଙ୍କ ସମସ୍ତ ସୂଚନା ସମାନ ହୋଇଥିବା ଦରକାର। ଏହା ବ୍ୟତୀତ ପ୍ରଥମ ଟିକଟର ଗନ୍ତବ୍ୟ ଏବଂ ଦ୍ବିତୀୟ ଟିକଟର ପ୍ରାରମ୍ଭ ହେବା ଉଚିତ୍।
ଦ୍ବିତୀୟ ନିୟମ ହେଉଛି ଭାରତୀୟ ରେଳ ଆଜିଠୁ ଯାତ୍ରୀଙ୍କୁ ନିଜ ବୋର୍ଡ଼ିଙ୍ଗ୍ ଷ୍ଟେସନ ପରିବର୍ତ୍ତନ କରିବାର ସୁବିଧା ପ୍ରଦାନ କରୁଅଛି। ଏହି ସୁବିଧା ଅନୁସାରେ ରେଳ ଯାତ୍ରୀ ଟ୍ରେନ୍ ଛାଡ଼ିବାର ୪ଘଣ୍ଟା ପୂର୍ବରୁ ନିଜ ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳାଇ ପାରିବେ। ଅର୍ଥାତ୍ ଆପଣ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଷ୍ଟେସନ ବଦଳାଇ ପାରିବେ।
ଯେଉଁ ଯାତ୍ରୀଙ୍କ ପାଖରେ ଟିକଟର ହାର୍ଡ଼ କପି ଥିବ ସେମାନଙ୍କୁ ଓରିଜିନାଲ୍ ଷ୍ଟେସନକୁ ଯାଇ ସେଠାରେ ଲିଖିତ ଭାବେ ଆବେଦନ କରିବାକୁ ପଡ଼ିବ। ଯେଉଁ ଯାତ୍ରୀଙ୍କ ପାଖରେ ଇ-ଟିକଟ ଥିବ ସେମାନେ ଆଇଆରସିଟିସିର ଓ୍ବେବସାଇଟକୁ ଯାଇ ପ୍ରଥମ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ନିଜର ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳାଇ ପାରିବେ।
ଏହା ବ୍ୟତୀତ ଯେଉଁ ଯାତ୍ରୀ ଏହି ଦୁଇଟି ନିୟମ ମଧ୍ୟରୁ କୈାଣସି ନିୟମ ଅବଲମ୍ବନ ନ କରିବେ ସେମାନେ ରେଲଓ୍ବେର ୧୩୯ନଂବରକୁ କଲ୍ କରି ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳାଇବା ଲାଗି ଅନୁରୋଧ କରିପାରିବେ। ଏହି କଲ୍ ମଧ୍ୟ ଆପଣଙ୍କୁ ଟ୍ରେନ୍ ଚାଲିବାର ୪ଘଣ୍ଟା ପୂର୍ବରୁ କରିବାକୁ ପଡ଼ିବ। ଏଥିପାଇଁ ଯାତ୍ରୀଙ୍କୁ କୈାଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।