ପାରାଦୀପରେ ଲାଗିଛି ନୌସେନାର ୨ଟି ଯୁଦ୍ଧ ଜାହାଜ - ସାଧାରଣ ଲୋକ ଦେଖିବାକୁ ପାଉଛନ୍ତି ସୁଯୋଗ

Published By : Prameya-News7 Bureau | November 24, 2019 IST

ପାରାଦୀପ ୨୪।୧୧ -   ଡିସେମ୍ବର ୪, ଭାରତୀୟ ନୌସେନା ଦିବସ । ଏହି ଉପଲକ୍ଷେ ପାଳନ କରାଯାଉଛି ନୌସପ୍ତାହ । ସାଧାରଣ ଜନତାଙ୍କୁ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ନୌସେନା ସମ୍ପର୍କରେ ସଚେତନ କରାଇବାକୁ  ପାରାଦୀପରେ ଲାଗିଛି ୨ଟି ଯୁଦ୍ଧ ଜାହାଜ, INS ରାଣା ଏବଂ INS ଘଡିଆଲ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଏହି ଯୁଦ୍ଧ ପୋତ ଦେଖିବାର ସୁଯୋଗ ମିଳିବ ।…

{"id":189292,"sizeSlug":"large"}

ଭାରତର ୭୫ଶହ କିଲୋମିଟ ଉପକୂଳର ସୁରକ୍ଷା। ସମୁଦ୍ର ମଧ୍ୟରେ ଶତ୍ରୁରର ପ୍ରତିଟି ଗତିବିଧିକୁ ନାପାକ କରିବାର କ୍ଷମତା। ସମୁଦ୍ର ଭିତରେ ଭାରତର ରଣନୀତିକୁ ଯେଉଁମାନେ ଅଞ୍ଜାମ ଦିଅନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ଶକ୍ତିଶାଳି ଯୁଦ୍ଧ ଜାହାଜ । ପାରାଦ୍ବୀପ ବନ୍ଦରରେ ଲାଗିଛି ଭାରତୀୟ ନୌସେନାର ଦୁଇ ଯୁଦ୍ଧ ଜାହାଜ ଆଇଏନଏସ ରାଣା ଏବଂ ଆଇଏନଏସ ଘଡ଼ିଆଳ । ଡିସେମ୍ବର ୪ ତାରିଖରେ ନୌସେନା ଦିବସ ଉପଲ୍ଲକ୍ଷେ ଏହି ଦୁଇ ଯୁଦ୍ଧ ଜାହାଜ ପାରାଦୀପ ଆସିଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ । ସାଧାରଣ ଲୋକଙ୍କ ସହ ସ୍କୁଲ କଲେଜର ଛାତ୍ରଛାତ୍ରୀ ଜାହାଜ ମଧ୍ୟରେ ଥିବା ଯୁଦ୍ଧ ଉପକରଣ ଦେଖିବାର ସୁଯୋଗ ପାଇଛନ୍ତି ।

{"id":189291,"sizeSlug":"large"}

ଆଇଏନଏସ ରାଣା ଏବଂ ଆଇଏନଏସ ଘଡ଼ିଆଲ ବିଶାଖାପାଟଣା ସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଅଧୀନରେ ରହିଛି । ସୋଭିଏତ ରୁଷ ନିର୍ମିତ ଆଇଏନଏସ ରାଣା ପ୍ରଥମେ ୧୯୮୨ରେ ନୌସେନାରେ ସାମିଲ ହୋଇଥିଲା । ତେବେ ପରେ ସ୍ବେଦେଶୀ ଜ୍ଞାନକୌଶଳରେ ଏହାର ନବୀକରଣ କରାଯାଇଛି । ସେହିପରି ଆଇଏନଏସ ଘଡ଼ିଆଲ ହେଉଛି ଆଉ ଏକ ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ଯାହା ଉଭୟ ଜଳ ଆଉ ସ୍ଥଳ ଭାଗରେ ନିଜର ରଣକୌଶଳ ଦେଖାଇପାରେ । ବିଶେଷ କରି ସୁନାମୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥାଏ ।      

ଭାରତୀୟ ନୌସେନା ବିଶ୍ବର ଚତୁର୍ଥ ବିଶାଳ ନୌବାହିନୀର । ରାଜପୁତ୍-କ୍ଲାସ୍ ଡେଷ୍ଟ୍ରୟର ଆଇଏନଏସ ରାଣା ଏବଂ ମଗର-କ୍ଲାସ୍ ୱାରସିପ୍ ଆଇଏନଏସ ଘଡ଼ିଆଲ ଏହାର ଦୁଇ ପ୍ରମୁଖ ଯୁଦ୍ଧଜାହାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.