ବ୍ରହ୍ମପୁରରେ ଏନକାଉଣ୍ଟର ; ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Published By : Prameya-News7 Bureau | July 25, 2018 IST

ବ୍ରହ୍ମପୁରରେ ପୁଣି ପୋଲିସର ଏନକାଉଣ୍ଟର ହୋଇଛି | ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟି ଛକ ନିକଟରେ ଏନକାଉଣ୍ଟର ହୋଇଛି | ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି | ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ବୋଇଣ୍ଡାର ସୁଶାନ୍ତ ପ୍ରଧାନ ଓ ବିଶାଖାପାଟନାର ରାଜେଶ ରେଡ୍ଡି | ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଛି | ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜି ରେ ଭର୍ତ୍ତି କରାଯାଇଛି | ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୩ଟି ଗୁଳି, ଗୋଟିଏ କାର୍ ଓ ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ | ଗତ ୨ ତାରିଖରେ ଖଲ୍ଲିକୋଟ ଥାନା ଟୋଲଗେଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ | ଏନକାଉଣ୍ଟର ବେଳେ ଖଲ୍ଲିକୋଟ ଥାନା ଅଧିକାରୀଙ୍କ ସହ ଦୁଇ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.