Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

22/09/2020 at 10:18 PM


ନୀଳଗିରି୨୨/୯: ୨ଟି ପୃଥକ ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ। ନୀଳଗିରି ଥାନା ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ ସୂଚନା ଅନୁସାରେ ନୀଳଗିରି ଥାନା ଅଧିନ ଭିମେଇ ଅଞ୍ଚଳର ଜଣେ ନାବାଳିକାକୁ ଶ୍ରୀଦେଇପୁର ଅଞ୍ଚଳର ଶମ୍ବୁଜେନା ନାମକ ଜଣେ ଯୁବକ ଅପହରଣ କରିଥିଲା। ବହୁ ଖୋଜାଖୋଜି ପରେ ସୋର ଥାନା ଅଧିନ ହରିପୁର ଅଞ୍ଚଳରୁ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିଲା। ଅପହରଣ କରି ନେଇ ପୀଡିତାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି।

ସେହିପରି କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ କେନ୍ଦୁମୁଣ୍ଡି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳକକୁ ଅପହରଣ କରାଯାଇଥିଲା। ଅପହରଣକାରୀ ସାରୁପାଳ ଅଞ୍ଚଳର ନିଜ ସଂପର୍କୀୟ ଘରେ ପୀଡିତାଙ୍କୁ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ବର୍ତ୍ତମାନ ନୀଳଗିରି ପୁଲିସ୍‌ ୨ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts