Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମାନବିକତାର ପରିଚୟ ଦେଲେ ମୁସଲମାନ ଯୁବକ: ରୋଜା ରଖି ପ୍ରତିଦିନ କରୁଛନ୍ତି ହିନ୍ଦୁ ଲୋକଙ୍କ ଅନ୍ତିମ ସଂସ୍କାର

28/04/2021 at 3:34 PM

ଭୋପାଲ ୨୮/୦୪ : ଭୋପାଲ ନଗର ନିଗମର ଦୁଇ ଅଗ୍ନିଶମ କର୍ମଚାରୀ ସଦ୍ଦାମ କୁରେସି ଓ ଦାନିଶ ସିଦ୍ଦିକି ପବିତ୍ର ରମଜାନ ମାସରେ ମାନବିକତାର ପରିଚୟ ଦେଇଛନ୍ତି। ଦୁହେଁ ପ୍ରତିଦିନ ରୋଜା ରଖନ୍ତୁ। ମାନବିକତା ଉପରେ ବିଶ୍ୱାସ ରଖି ଦୁହେଁ ନିଜ କର୍ମ ମଧ୍ୟ କରୁଛନ୍ତି।

କରୋନା କାଳର ଏହି ଭୟାବହ ସ୍ଥିତିରେ ପୁରା ବିଧି ବିଧାନ ସହ ହିନ୍ଦୁଙ୍କ ଅନ୍ତିମ ସଂସ୍କାର କରୁଛନ୍ତି। ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଏତେ ଭୟଙ୍କର ରହିଛି ଯେ ନିଜ ଲୋକ ବି ହାତ ଛାଡି ଦେଉଛନ୍ତି। କିନ୍ତୁ ଏହି ଦୁଇ ମୁସଲମାନ ଯୁବକ ଧର୍ମରୁ ଉପରକୁ ଯାଇ ଅଜଣା ଅଚିହ୍ନା ଲୋକଙ୍କୁ ଆପଣେଇଛନ୍ତି। ଅଜଣା ଲୋକଙ୍କ ଅନ୍ତିମ ସଂସ୍କାର କରି ମହତ କାର୍ଯ୍ୟ କରୁଛନ୍ତି।

ସଦ୍ଦାମ ଓ ଦାନିଶ କହିଛନ୍ତି ଯେ ଲୋକେ ତାଙ୍କୁ ଫୋନ କରନ୍ତି ଓ କୁହନ୍ତି ଯେ ତାଙ୍କ ବାପା-ମା, ଭାଇ-ଭଉଣୀ କରୋନାରେ ପ୍ରାଣ ହରାଇଛନ୍ତି। ସେଥିପାଇଁ ସେମାନେ ତାଙ୍କୁ ମୁଖାଗ୍ନି ଦେଇପାରିବେ ନାହିଁ, ଆପଣ ଦେଇଦିଅନ୍ତୁ। କିଛି ଲୋକେ ଭିଡିଓ କଲ କରି ନିଜ ଲୋକଙ୍କ ଅନ୍ତିମ ଦର୍ଶନ କରିଥାନ୍ତି। ଏହି ଦୁଇ ଜଣ ଶବ ହସ୍ପିଟାଲରୁ ନେଇ ବିଶ୍ରାମ ଘାଟରେ ଅନ୍ତିମ ସଂସ୍କାର କରୁଛନ୍ତି।

ସଦ୍ଦାମ ଓ ଦାନିଶ କହିଛନ୍ତି ଯେ ପ୍ରତିଦିନ ଶହ ଶହ ଶବ ଆସୁଛି। ସ୍ମଶାନ ଘାଟରେ ଜାଗା ମିଳୁନାହିଁ। ବିଶ୍ରଣ ଘାଟ ପରିସରରେ ଖାଲି ପଡିଥିବା ୨ ଏକର ଜମିକୁ ଅସ୍ଥାୟୀ ଭାବେ ସ୍ମଶାନ ଘାଟରେ ପରିଣତ କରାଯାଇଛି। ଭଦଭଦା ବିଶ୍ରାମ ଘାଟରେ ପ୍ରତିଦିନ ୧୦୦ ରୁ ଅଧିକ ଶବ ସତ୍କାର କରାଯାଉଛି। ସଦ୍ଦାମ ଓ ଦାନିଶ ଲଗାତାର ଏହି କାମ କରୁଛନ୍ତି।

   Related Posts