Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଡ଼ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ! ବିନା ଦୋଷରେ ୨ ଜଣଙ୍କୁ ବର୍ଷେ ଜେଲ

11/07/2018 at 6:36 AM

ବରଗଡ଼ ପୋଲିସର କାର୍ଯ୍ୟ ଦକ୍ଷତା ଓ ତଦନ୍ତ ଉପରେ ପ୍ରଶ୍ନ ! ନିଖୋଜ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୨ ଜଣଙ୍କୁ ବାନ୍ଧି ଜେଲ ପଠାଯାଇଥିଲା | ହତ୍ୟା ଅଭିଯୋଗରେ ୨ ଯୁବକ ପାଖାପାଖି ବର୍ଷେ ଜେଲରେ ସଜା କାଟିଛନ୍ତି | ବର୍ଷେ ଜେଲରେ ରହି ଜାମିନରେ ଆସିଥିବା ବେଳେ ଏବେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ନିଖୋଜ ଯୁବକ | ବରଗଡ଼ ପାଇକମାଳ ପୋଲିସର ଏଭଳି କାରନାମା ପୁରା ପୋଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଗତ ୨୦୧୬ ଡିସେମ୍ବର ୭ ତାରିଖରେ ହଠାତ ନିଖୋଜ ହୋଇଯାଇଥିଲେ ଜିତୁ | ଘର ଲୋକ ଥାନାରେ ଅଭିଯୋଗ କଲେ | ଅଭିଯୋଗ ଧାରାରେ ଜିତୁଙ୍କ ମୋବାଇଲ ଫୋନକୁ ଟ୍ରାକ କରି ବରଗଡ଼ ପୌରାଞ୍ଚଳ ୭ନମ୍ବର ୱାର୍ଡର ରାଘବ ନାଏକ ଓ ୫ ନମ୍ବର ୱାର୍ଡର ହାଲୁ ଗୁରଲାଙ୍କୁ ବାନ୍ଧି ଆଣିଥିଲା ପୋଲିସ | ହତ୍ୟାର କୌଣସି ସୁରାକ ନପାଇ ମଧ୍ୟ ଦୁହିଁଙ୍କୁ ଟର୍ଚର କରିଥିଲା ପୋଲିସ | ମାଡ ଭୟରେ ମିଛ କୁ ସତ ମାନିଯାଇଥିଲେ ୨ ନିର୍ଦୋଷ | ଦୀର୍ଘ ବର୍ଷେ ଜାମିନ ପାଇଛନ୍ତି ୨ ନିର୍ଦୋଷ |

   Related Posts