Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨ଟି ଅଜଣା ମୃତଦେହ ଉଦ୍ଧାର, ପୁଲିସ୍ ଆରମ୍ଭ କଲା ଛାନ୍‌ଭିନ୍

27/08/2020 at 7:49 PM

ବାଲିପାଟଣା୨୭/୮: ଭାର୍ଗବୀ ନଦୀରେ ଭାଷୁଛି ଅଜଣା ମୃତଦେହ। ବାଲିଅନ୍ତା ଝିଣ୍ଟି ନିକଟ ଭାର୍ଗବୀ ନଦୀରେ ଅଜଣା ମୃତଦେହଟି ଭାଷୁଥିବା ଲୋକମାନେ ଦେଖିଥିଲେ। ନଦୀର ପ୍ରଖର ସ୍ରୋତରେ ମୃତଦେହଟି ନଦୀରେ ଭାସି ଯାଇଥିଲା। ନଦୀକୁ କିଭଳି ମୃତ ଦେହଟି ଆସିଛି ତାହା ଜଣାପଡ଼ି ନାହିଁ। ମୃତଦେହଟି ଜଣେ ପୁରୁଷ ବ୍ୟକ୍ତିର ବୋଲି ଜଣାପଡ଼ିଛି ।

ସେହିପରି ବାଲିଅନ୍ତା ଥାନା ବାଲିଅନ୍ତା ବଜାର ନିକଟ କୁଆଖାଇ ନଦୀରୁ ଏକ ଅଚିହ୍ନା ଯୁବକର ଗଳିତ ମୃତଦେହ ଉଦ୍ଧାର କରିଛି ବାଲିଅନ୍ତା ପୋଲିସ୍‌ । ସ୍ଥାନୀୟ କିଛି ଲୋକ ମୃତଦେହ ଟି ନଦୀରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

   Related Posts