କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲା ମହୁମାଛି, ଚାଲିଗଲା ୨ ଜୀବନ, ୩ ଆହତ

Published By : Prameya-News7 Bureau | October 23, 2021 IST

କୋରାପୁଟ, ୨୩/୧୦: କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୃଥକ୍ ପୃଥକ୍ ଭାବରେ ଜିଲ୍ଲାର ୨ଟି ସ୍ଥାନରେ ଘଟିଛି ଅଭାବନୀୟ ଘଟଣା। ଦଶମନ୍ତପୁରର ଚାଉଳକଣ୍ଟି ଓ କାକିରିଗୁମାର ଗୌଡଗୁଡାରେ ଘଟିଛି ଘଟଣା।

ଦଶମନ୍ତପୁରର ଚାଉଳକଣ୍ଟି ଗ୍ରାମର କିଛିଲୋକ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ସେଥିରେ ଲୁକି ଜାନିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାରେ ୨ଜଣ ଆହତ  ହୋଇଛନ୍ତି । ସେହିଭଳି କାକିରିଗୁମା ଥାନା ଗୌଡଗୁଡା ଗ୍ରାମର ୨ ଭଉଣି ଲକ୍ଷ୍ମୀ ମୁଦୁଲି ଓ ରତନ ମୁଦୁଲି ଜମିକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। କୋରାପୁଟ ମେଡିକାଲରେ ରତନ ମୁଦୁଲିଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଭଉଣୀଙ୍କର ଅବସ୍ଥା  ଗୁରୁତର ରହିଥିବା ଚିକିତ୍ସା ଜାରି ରହିଛି। ମୃତ ୨ଜଣଙ୍କର କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.