ଧାନ ଜମିରେ କାମ କରୁଥିବା ବେଳେ ଅଘଟଣ, ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 03, 2021 IST

ବାଲେଶ୍ବର ୦୩/୦୮ : ସିମୁଳିଆ ଥାନା କହ୍ନେଇଁବିନ୍ଧା ଗାଁରେ ଅଘଟଣ । ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ । ଦୁଃଖଦ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ ଜଶ ଶ୍ରମିକ କାମ କରିବା ପାଇଁ ମୟୂରଭଞ୍ଜରୁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା ଗାଁକୁ ଆସିଥିଲେ । ତେବେ ଜମିରେ କାମ କରୁଥିବା ସମୟରେ ହିଁ ବ୍ରଜପାତ ହୋଇଥିଲା । ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.