ବେଙ୍ଗାଲୁରୁ ହିଂସାରେ ୨ଜଣଙ୍କ ମୃତ୍ୟୁ : ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 12, 2020 IST

ବେଙ୍ଗାଲୁରୁ ୧୨/୮: କରୋନା ସଙ୍କଟ କାଳରେ ସମସ୍ତଙ୍କୁ ଭିଡ଼କୁ ଯିବାକୁ ମନା କରାଯାଉଥିବାବେଳେ ଏପରି ସମୟରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ହିଂସାକାଣ୍ଡ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଫେସବୁକ୍ ପୋଷ୍ଟରୁ ଉତ୍ତ୍ୟକ୍ତ କିଛି ଲୋକ ଉତ୍ପାତ ମଚାଇଥିଲେ। ପୋଲିସ୍ ଷ୍ଟେସନ ଏବଂ ବିଧାୟକଙ୍କ ଘରକୁ ନିଆଁ ଲଗାଇ ଦେଇଥିଲେ।

ଏଠାରେ ଗାଡ଼ିଗୁଡ଼ିକ ମଧ୍ୟ ଜଳାଇ ଦିଆଯାଇଛି,ଏଟିଏମରେ ଭଙ୍ଗାରୁଜା କରାଯାଇଛି। ବିଧାୟକଙ୍କ ଘରକୁ ଟାର୍ଗେଟ୍ କରିବା ସହ ଆଖପାଖରେ ଥିବା ଲୋକେ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି। ଯାହା ଫଳରେ ଲୋକଙ୍କ ଘରର ଝରକା ଭାଙ୍ଗି ଯାଇଛି। ଏହି ହିଂସାକାଣ୍ଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୦ପୋଲିସ୍ କର୍ମଚାରୀ ଗୁରୁତର ହୋଇଛନ୍ତି।

ବୁଧବାର ସକାଳେ ସ୍ଥାନୀୟ ବାସିନ୍ଦା ଘରୁ ବାହାରି ଘଟଣା ବିଷୟରେ ଜାଣି ପାରିଥିଲେ। ଏହା ବ୍ୟତୀତ ଚାରିଆଡ଼େ ପଥର ପଡ଼ିଥିଲା। ଏବେ ଏହି ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି। ଏହା ଆଜି ରାତି ୧୨ଟା ଯାଏଁ ରହିବ। ଏହା ପରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟ୍ବିଟ୍ କରି ହିଂସାର ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.