ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜଣଙ୍କ ଜୀବନ

Published By : Prameya-News7 Bureau | April 29, 2021 IST

ଚଣ୍ଡିଖୋଲ ୨୯/୦୪ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣେଶ୍ବର ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଟାଙ୍ଗୀ ଭଗତପୁର ଅଂଚଳର ଦୁଇଜଣ ବ୍ୟକ୍ତି ବାଇକଯୋଗେ ଭଦ୍ରକ ଆଡକୁ ଯାଉଥିବା ବେଳେ ଜାରକା ଗୋକର୍ଣେଶ୍ବର ବ୍ରିଜ ନିକଟରେ ଏକ ଟ୍ରକ ବାଇକ୍‌ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ମୃତକମଧ୍ୟରୁ ଜଣେ ଟାଙ୍ଗୀ ଭଗତପୁର ଅଂଚଳର ହେମନ୍ତ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ଦୁଇଟିକୁ ଧର୍ମଶାଳା ଡାକ୍ତରଖାନାକୁ ଆଣି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.