ଜାରି ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ତାଲିକା, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇ ସାଂସଦ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ତାଲିକା ଜାରି ହୋଇଛି । ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଛି । ବେଜିପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଛି ।

ଅଶ୍ୱିନୀ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବିଶେଶ୍ୱର ତାଲିକାର ୩୮ତମ ସ୍ଥାନରେ ରହିଛନ୍ତି । ଅଶ୍ୱିନୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବାକୁ ଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.