ବିଏମ୍‌ସି ଅଫିସରେ ପୁଣି ୨ ପଜିଟିଭ୍‌ ଚିହ୍ନଟ, ଅଡିଟ୍‌ ସେକ୍ସନ ସିଲ୍‌

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର ୭/୮: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ପୁଣି ପଶିଛି କରୋନା । ବିଏମସିର ଚିଫ୍‌ ଅଡିଟର ଓ ଜଣେ ପିଅନ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏହା ପରେ ଅଡିଟ ସେକସନକୁ ସିଲ୍‌ କରାଯିବା ସହ ଅଫିସକୁ ସାନିଟାଇଜ୍‌ କରାଯାଇଛି ।

ବିଏମସି ଅଫିସରେ କରୋନା ବାହାରିବା ପରେ ୯୬ଜଣ କର୍ମଚାରୀଙ୍କର ରାପିଡ୍‌ (ଆଣ୍ଟିଜେନ) ଟେଷ୍ଟ କରାଯାଇଛି। ରିପୋର୍ଟ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିପାରିନାହିଁ । ନିକଟରେ ବିଏମସି ଅଫିସରେ ଜଣେ ବରିଷ୍ଠ ଅଧିକାରୀଙ୍କ ପତ୍ନୀ କରୋନା ପଜିଟିଭ୍‌ ବାହାରିଥିଲେ । ଏହା ପରେ ସଂପୃକ୍ତ ଅଫିସର ଚଳପ୍ରଚଳ ହେଉଥିବା ସେକସନକୁ ସାନିଟାଇଜ୍‌ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.