ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ: ଭୁବନେଶ୍ବରରେ ହେଲେ ଠାବ, କରୋନା ଆକ୍ରାନ୍ତ ସଂଖ୍ୟା ୨୩ରେ ପହଞ୍ଚିଲା

Published By : Prameya-News7 Bureau | April 05, 2020 IST

ଭୁବନେଶ୍ବର୫/୪: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା। ରବିବାର ଚିହ୍ନଟ ହୋଇଥିବା ଦୁଇ କୋଭିଡ-୧୯ ପଜିଟିଭ ରୋଗୀ ଭୁବନେଶ୍ବର ହିଁ ଚିହ୍ନଟ ହୋଇଛନ୍ତି।

wp:core-embed/twitter {"url":"https://twitter.com/HFWOdisha/status/1246740631159889921?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1246740631159889921?s=20
/wp:core-embed/twitter

ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡର ଫେଜ୍-୨ରେ ରହନ୍ତି। ତାଙ୍କର ବୟସ ୭୦ ବର୍ଷ। ସେ ନିକଟରେ ଅଷ୍ଟ୍ରେଲିଆରୁ‌ ଫେରିଥିଲେ। ଏବଂ ସରକାରଙ୍କ ନିୟମ ମାନି ସେ ହୋମ କ୍ବାରେଣ୍ଟାଇନରେ ଥିଲେ। ତେବେ ପରୀକ୍ଷଣ ପାଇଁ ଯାଇଥିବା ନମୁନାରୁ ସେ ପଜିଟିଭ ଥିବା ଜଣାପଡିଛି। ସେହିପରି ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଆଜିର ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ଯକ୍ତିଙ୍କ ବୟସ ୨୯ବର୍ଷ ବୋଲି ଜଣାପଡିଛି। ଆଜି ପରୀକ୍ଷଣ ପାଇଁ ଯାଇଥିବା ନମୁନାରୁ ବମିଖାଲର ଏହି ବ୍ଯକ୍ତି ପଜିଟିଭ ଆସିଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ବ୍ଯକ୍ତିଙ୍କ ଗସ୍ତ ବିବରଣୀ ହାସଲଲ ହୋଇନାହିଁ। ତାଙ୍କର ଗସ୍ତ ବିବରଣୀ ଯାଞ୍ଚ ଚାଲିଛି। ଏନେଇ ରାଜ୍ଯ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନ ଆକ୍ରାନ୍ତ ସଂଖ୍ୟା ୨୩ ରେ ପହଞ୍ଚିଛି।

ସେହିପରି ବମିଖାଲ ଅଞ୍ଚଳରେ ତିନିଜଣ ଭାଇ କରୋନାରେ ଆକ୍ରାନ୍ତ ଅଛନ୍ତି। ତିନିଭାଇ କିଛିଦିନ ତଳେ ଭୋପାଳ ଗସ୍ତ କରିଥିଲେ। ଏବଂ ଭୋପାଳରେ ତାଙ୍କ ପିତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ ବମିଖାଲରୁ ତିନିଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାରା ଅଞ୍ଚଳ ସିଲ୍ କରାଯାଇଛି।ଏବଂ ବିଏମସି ପକ୍ଷରୁ ସାରା ଅଞ୍ଚଳକୁ ସାନିଟାଇଜ କରାଯାଇଛି। ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବମିଖାଲରୁ ମୋଟ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.