ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ ଗିରଫ

Published By : Prameya-News7 Bureau | September 11, 2018 IST

ଭୁବନେଶ୍ୱର ୧୧/୯ : ଗ୍ୟାଙ୍ଗଷ୍ଟର ଟିଟୋ ର ଦୁଇ ସହଯୋଗୀ ଆଜି ଗିରଫ ହୋଇଛନ୍ତି | ଦୁଇ ସହଯୋଗୀ ହେଲେ ଦୀପ୍ତି ଦାସ ଓ ଚିତ୍ତରଞ୍ଜନ ସାହୁ ଓରଫ ହାବୁଆ ଗିରଫ | ଦୁହିଁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ସେମାନଙ୍କ ନିକଟରୁ ବ୍ୟାପକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି | ଗତ ରବିବାର ଜଗତସିଂହପୁରସ୍ଥିତ ଦୀପ୍ତି ଦାସଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ | ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି | ଗ୍ୟାଙ୍ଗଷ୍ଟର ଟିଟୋର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି | ଟିଟୋର କଳା ସାମ୍ରାଜ୍ୟରେ ଯେଉଁ ମାନେ ସହଭାଗୀ ଅଛନ୍ତି ସେମାନଙ୍କୁ ମଧ୍ୟ ଗୋଟିଏ ପରେ ଗୋଟିଏ କ୍ରାଇମବ୍ରାଞ୍ଚ ତାର ପଞ୍ଝା ଭିତରକୁ ନେଉଛି | ଏଭଳି କ୍ଷେତ୍ରରେ ସମସ୍ତଙ୍କ ନଜର ରହିଛି ଯେ, ପ୍ରକୃତରେ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ଆହୁରି କଣ ସଫଳତା ମିଳୁଛି | ସାରା ଦେଶରେ କାୟା ବିସ୍ତାର କରିଥିବା ଟିଟୋର କଳା ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ଫିଟିବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.