Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଲେ ଆଉ ୨ ବିଧାୟକ, ସଂଖ୍ୟା ଲଘୁରେ ପରିଣତ ହେଲା କଂଗ୍ରେସ-ଡିଏମକେ ସରକାର

21/02/2021 at 6:59 PM

ପୁଡୁଚେରୀ ୨୧।୦୨: କଂଗ୍ରେସ ଡିଏମକେ ମେଣ୍ଟର ସରକାର ପୁଡୁଚେରୀରେ ସଂଖ୍ୟାଲଘୁରେ ପରିଣତ ହୋଇଛି। ଆସ୍ଥା ଭୋଟ୍ ପୂର୍ବରୁ ରବିବାର କଂଗ୍ରେସ ଓ ଡିଏମକେର ଜଣେ ଲେଖାଏଁ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ପରେ ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏବେ ୨୫ ଜଣ ବିଧାୟକ ରହିଛନ୍ତି। କିନ୍ତୁ କ୍ଷମତାସୀନ2 more MLAs resign, Congress-DMK government comes in minority କଂଗ୍ରେସ-ଡିଏମକେ ମେଣ୍ଟରେ କେବଳ ୧୧ ଜଣ ବିଧାୟକ ରହିଛନ୍ତି। ଅନ୍ୟପଟେ କଂଗ୍ରେସ-ଡିଏମକେ ସରକାରକୁ ଫେବୃଆରୀ ୨୨ରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାକୁ ପଡିବ। ତେଣୁ ଭି ନାରାୟଣସାମୀଙ୍କ ସରକାର କ୍ଷମତାଚ୍ୟୁତ ହେବାର ସମ୍ଭାବନା ଅଧିକ ରହିଛି।

ପୁଡୁଚେରୀ ସରକାରରେ ସାମିଲ କଂଗ୍ରେସର ବିଧାୟକ ଲକ୍ଷ୍ମୀନାରାୟଣ ଓ ଡିଏମକେର ବିଧାୟକ ଭେଙ୍କଟେସନ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବର୍ତ୍ତମାନ ଭି ନାରାୟଣସାମିଙ୍କ ସରକାରରେ କେବଳ ୧୧ ଜଣ ବିଧାୟକ ରହିଛନ୍ତି। ଅନ୍ୟପଟେ ବିରୋଧୀ ପକ୍ଷରେ ୧୪ ଜଣ ବିଧାୟକ ରହିଛନ୍ତି। କେ ଲକ୍ଷ୍ମୀ ନାରାୟଣ ଓ ଭେଙ୍କଟେସନ ନିଜର ଇସ୍ତଫା ପତ୍ର ଅଲଗା ଅଲଗା ସମୟରେ ବାଚସ୍ପତିଙ୍କୁ ତାଙ୍କ ଘରେ ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା କରି ଲକ୍ଷ୍ମୀନାରାୟଣ କହିଛନ୍ତି, ନାରାୟଣସାମୀ ସରକାର ବହୁମତ ହରାଇ ସାରିଛି। ସେ ପାର୍ଟିର ସମସ୍ତ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବିଧାୟକ ଏ ଜନ କୁମାର ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସ-ଡିଏମକେରୁ ଏ ପର୍ଯ୍ୟନ୍ତ ୭ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଜଣେ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ବିଧାନସଭାରେ କେବଳ ୨୫ ଜଣ ସଦସ୍ୟ ରହିଛନ୍ତି।

ବିଧାୟକଙ୍କ ଇସ୍ତଫା କାରଣରୁ ପୁଡୁଚେରୀ ଉପ ରାଜ୍ୟପାଳ ତାମିଲିସାଇ ସାଉଣ୍ଡରାଜବନ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କୁ ଫେବୃଆରୀ ୨୨ରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ କହିଛନ୍ତି। ଏବେ ସ୍ଥିତି ଯେମିତି ରହିଛି ଆଉ କିଛି ସମୟରେ କଂଗ୍ରେସ-ଡିଏମକେ ସରକାର ଭୁଶୁଡିପାରେ।

   Related Posts