ବାଇକରେ କୁମ୍ଭୀର ନେବା ଘଟଣା, ଆଉ ୨ ବନ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | September 14, 2020 IST

ବ୍ରହ୍ମପୁର,୧୪|୦୯: ବାଇକରେ କୁମ୍ଭୀର ନେବା ଘଟଣାରେ ଆଉ ୨ ବନ କର୍ମଚାରୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ମହଙ୍ଗା ପଡିଲା। ବନ ବିଭାଗ କର୍ମଚାରୀଙ୍କ ବିଋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ବ୍ରହ୍ମପୁର ଡି.ଏଫ୍.ଓ। କୁମ୍ଭୀରକୁ ଉଦ୍ଧାର କରିବା ପରେ ବେଖାତିର ଭାବେ ମୋଟରସାଇକେଲ୍‌ରେ ନେବା ଭିଜୁଆଲ୍ ଭାଇରାଲ୍ ହୋଇଥିଲା। ଏ ନେଇ ନ୍ୟୁଜ୍ ୭ରେ ଲଗାତାର୍ ଭାବେ ଖବର ପ୍ରସାରିତ ହୋଇଥିଲା।

ଖବର ପାଇବା ପରେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀ ଜଣକ ଠିକ୍ ଭାବେ କାର୍ଯ୍ୟ ସଂପାଦନ କରିନଥିଲେ। ତଳିଆ କର୍ମଚାରୀଙ୍କ ଦ୍ବାରା ବେଖାତିର ଭାବେ କାର୍ଯ୍ୟ କରିଥିବା ନଜର ଆସିବାକୁ ପରେ ଆକ୍ସନ୍ ମୁଡ୍‌କୁ ଆସିଥିଲେ ବିଭାଗୀୟ ଅଧିକାରୀ। ଡେପୁଟି ରେଞ୍ଜର୍‌ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ କର୍ମଚାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଡି.ଏଫ୍.ଓ ଅମ୍ଳାନ ନାଏକ କହିଥିଲେ ।

ଏବେ ପୁଣି ଆଉ ୨ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଫରେଷ୍ଟର ସୀତାରାମ ପାତ୍ର ଓ ଫରେଷ୍ଟ ଗାର୍ଡ ରାଜେଶ୍ବର ବେହେରାଙ୍କୁ ଡିଏଫଓ ନିଲମ୍ବନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.