ବଲାଙ୍ଗୀରରେ ଆଉ ୨ କୋଭିଡ-୧୯ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | May 16, 2020 IST

ବଲାଙ୍ଗୀର, ୧୬|୦୫: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବଲାଙ୍ଗୀରର ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ୪ରେ ପହଁଚିଛି । ଏହି ୨ ଆକ୍ରାନ୍ତ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।

ଏବେ ରାଜ୍ୟରେ ମୋଟ ୭୩୯ କରୋନା ପଜିଟିଭଙ୍କ ମଧ୍ୟରୁ ୫୪୦ଟି ସକ୍ରିୟ କେସ୍ ରହିଥିବା ବେଳେ ୧୯୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.