Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା

29/07/2021 at 10:16 AM

କାମାକ୍ଷାନଗର ୨୯।୭: ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ । ଗ୍ରାମର ମହେଶ୍ବର ଦାସଙ୍କର ୨ ମାସର ଝିଅ ବୁଧବାର ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧ଟା ୩୦ ବେଳକୁ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ୍, ପେଣ୍ଟାଭାଇରସ୍ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ।  

ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା।  ତାପରେ ସନ୍ଧ୍ୟା ବେଳକୁ ଉଠାଇଲା ବେଳକୁ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଇପଡିଥିଲା ।  ଆଶା ଦିଦିକୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି । ତେଣୁ ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।

   Related Posts