Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ନିର୍ଦ୍ଦୟ ବାପା-ମା’ : ୨ ମାସର ଶିଶୁ କରୋନା ସଂକ୍ରମିତ ଜଣାପଡିବା ପରେ ଛାଡି ପଳାଇଲେ, ହସ୍ପିଟାଲରେ ଚାଲିଗଲା ଜୀବନ

5/05/2021 at 5:56 PM

ଜାମ୍ମୁ ୫।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଅନେକ ବଡ ବଡ ସହରରେ ଅମାନବୀୟ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଜାମ୍ମୁରେ ଦେଖିବାକୁ ମିଳିଛି । ଦୁଇ ମାସର ଶିଶୁ କରୋନା ସଂକ୍ରମିତ ହେବା ପରେ ତାର ବାପା-ମା’ ତାକୁ ଡାକ୍ତରଖାନାରେ ଛାଡିଦେଇ ପଳାଇଛନ୍ତି । ପରେ ସେଠାରେ ତାର ମୃତ୍ୟୁ ହୋଇଛି ।

ଘଟଣାଟି ସୋମବାର ଦିନ ଘଟିଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁଟିର ବାପା-ମା’ଙ୍କୁ ଲଗାତର ଯୋଗାଯୋଗ କରିହା ସହ ସେମାନଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରିଥିଲା ​​। କିନ୍ତୁ ଏଥିରେ ସେମାନେ ବିଫଳ ହୋଇଥିଲେ । ଜମ୍ମୁର ଶ୍ରୀ ମହାରାଜା ଗୁଲାବ ସିଂ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଦାରା ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଡାକ୍ତର ଦାରା ସିଂ କହିଛନ୍ତି, ‘ସୋମବାର ସକାଳେ ଦୁଇ ମାସର ଶିଶୁଟି ମେଡିକାଲରେ ଭର୍ତ୍ତି ହୋଇଥିଲା । ତାର ହୃଦରୋଗ ସମେତ ଅନ୍ୟାନ୍ୟ ରୋଗ ସହିତ ସଂଘର୍ଷ କରୁଥିଲା । ରାତି ୮ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ଶିଶୁଟିର କରୋନା ପରୀକ୍ଷା କରାଯାଇଥିଲା ସେ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ଶିଶୁଟିର ବାପା-ମା’ଙ୍କୁ ମଧ୍ୟ କରୋନା ପରୀକ୍ଷା କରିବାକୁ କୁହାଯାଇଥିଲା । କିନ୍ତୁ ସେମାନେ ହଁ କରିବୁ କହି ସେଠାରୁ ପଳାଇ ଯାଇଥିଲେ ।

   Related Posts