Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆଶ୍ରମରେ ସନ୍ଦିଗ୍ଧ ଅବସ୍ଥାରେ ଦୁଇ ସାଧୁଙ୍କ ମୃତ୍ୟୁ, ଜଣକ ଅବସ୍ଥା ସଙ୍କଟାପନ୍ନ: ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

22/11/2020 at 12:30 PM

ମଥୁରା ୨୨/୧୧ : ମଥୁରା ଗୋବର୍ଦ୍ଧନ ଅନ୍ତର୍ଗତ ଗିରିରାଜ ବଗିଚା ପଛପଟେ ଜଙ୍ଗଲରେ ହୋଇଥିବା ଆଶ୍ରମରେ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ସାଧୁ ଗମ୍ଭୀର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପ୍ରଶାସନରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ସୂଚନା ପାଇ ଡିଏମ ସର୍ବଜ ରାମ ମିଶ୍ର ଓ ଏସଏସପି ଗୌରଭ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଦୁଇ ସାଧୁ ଗୋପାଳ ଦାସ ଓ ଶ୍ୟାମ ଦାସଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଆଉ ଜଣେ ସାଧୁ ରାମବାବୁ ଦାସଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗୋବର୍ଦ୍ଧନ ଗିରିରାଜ ବଗିଚା ପଛପଟେ ଥିବା ଏକ ଆଶ୍ରମରେ ୩ ସାଧୁ ଗତ ବର୍ଷେ ହେଲା ଭଜନ ସାଧନା କରୁଥିଲେ। ଚା’ ପିଇବା ପରେ ଘଟଣାସ୍ଥଳରେ ହିଁ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି। ଚା’ରେ ବିଷ ମିଶିଥିବା ସନ୍ଦେହ କରାଯାଉଛି। ଆଶ୍ରମରେ ସାଧୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଜିଲ୍ଲା ଅଧିକାରୀ ସର୍ବଜ ରାମ ମିଶ୍ର ଓ ଏସଏସପି ଘଟଣାସ୍ଥଳ ନିରୀକ୍ଷଣ କରିଛନ୍ତି। ଏସଏସପି ଗୌରଭ ଗ୍ରୋଭର ସୂଚନା ଦେଇ କହିଛନ୍ତି କୌଣସି କାରଣରୁ ଆଶ୍ରମରେ ସାଧୁଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡି ଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୩ଜଣ ଚା’ ତିଆରି କରିଥିଲେ। ଚା’ ନିକଟସ୍ଥ ଏକ ଗାଈ କ୍ଷୀର ବ୍ୟବହାର କରିଥିଲେ। ଚା’ ପାଇଁ ଅନ୍ୟ ସାମଗ୍ରୀ ମଧ୍ୟ ପାଖରୁ ହିଁ ଆଣିଥିଲେ। କିନ୍ତୁ ଚା’ ତିଆରି କରି ପିଇବା ପରେ ତୁରନ୍ତ ସେମାନଙ୍କ ଅବସ୍ଥା ବିଗିଡି ଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts