Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭୁବନେଶ୍ୱରରେ ଆଉ ୨ ବାର୍ ସିଲ୍, ବିଏମସି ଅଧିକାରୀ ଓ ପୋଲିସକୁ ଲିଫ୍ଟରେ ଅଟକ ରଖିଲେ କର୍ମଚାରୀ !

19/09/2021 at 7:33 AM

ଭୁବନେଶ୍ୱର, ୧୯|୦୯: ରାଜଧାନୀରେ ପୁଣି ସିଲ ହେଲା ଦୁଇଟି ବାର । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିବିଆଇ ଓ ଉପରେ ବାର ସିଲ କଲା ବିଏମ୍ ସି । ଏହି ୨ ବାରକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

ଶନିବାର ବିଳମ୍ବିତ ରାତ୍ରିରେ ବିଏମସି ଓ ପୋଲିସ ମିଳିତ ଚଢଉ କରିବା ପାଇଁ ଯାଇଥିଲେ । ରେଡ଼ କରିବା ପାଇଁ ଯିବା ସମୟରେ ବିଏମ୍ ସି ଜେଡିସି ଅଂଶୁମାନ ରଥଙ୍କ ସହ ଆଉ କିଛି କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଲିଫ୍ଟରେ ଦୀର୍ଘ ସମୟ ଅଟକି ରହିଥିଲେ । ସେମାନଙ୍କୁ ଲିଫ୍ଟରେ ବନ୍ଦ କରିଥିବା ଅଭିଯୋଗରେ ଉଭୟ ବାର ନାଁ ରେ ଚଦ୍ରଶେଖପୁର ଥାନାରେ ମାମଲା ରୁଜୁ ହୋଇଛି ।

୨ ବାରର ମ୍ୟାନେଜରଙ୍କ ସହ ୪ ଜଣଙ୍କୁ ଚଦ୍ରଶେଖରପୁର ଥାନାରେ ଅଟକ ରଖାଯାଇଛି । କୋଭିଡ ନିୟମ ଉଲଂଘନ କରି ନାଚ ଗୀତ କରି ମଦ୍ୟପାନରେ ମସଗୁଲ ଥିଲେ ନିଶାଡୀ । ଏହି ସମୟରେ ଚଢାଉ କରି ୨ ବାରକୁ ଅନିର୍ଦିଷ୍ଟ କାଳ ପାଇଁ ସିଲ କଲା ବିଏମସି ।

   Related Posts