ଘରେ ପଶି ମା-ଝିଅଙ୍କୁ ଗୁଳି କଲେ ୨ ଅଜଣା ଦୁର୍ବୃତ୍ତ : ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | December 01, 2020 IST

wp:heading {"level":4}

ନୂଆ ଦିଲ୍ଲୀ ୧/୧୨: ରାଜଧାନୀ ଦିଲ୍ଲୀର ଶାହଦରା ଜିଲ୍ଲାର ମାନସରୋବର ପାର୍କ ଅଞ୍ଚଳରେ ସୋମବାର ରାତିରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଘରର ୪ମହଲାରେ ପଶି ମା-ଝିଅଙ୍କୁ ଗୁଳି କରି ଦେଇଛନ୍ତି। ଏଥିରେ ମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଝିଅ କାନ୍ଧରେ ଗୁଳି ଲାଗିବାରୁ ତାଙ୍କୁ ଦୟାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

/wp:heading wp:heading {"level":4}

ମା-ଝିଅଙ୍କ ଉପରେ ଆକ୍ରମଣର ସୂଚନା ମିଳିବା ମାତ୍ରେ ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଶବଗୃହକୁ ପଠାଇ ଦିଆଯାଇଛି। ପ୍ରାଥମିକ ଯାଞ୍ଚ ପରେ ପୋଲିସ୍ ପ୍ରେମ ସମ୍ପର୍କ କିମ୍ବା ବିବାଦ ଯୋଗୁଁ ଘଟଣା ଘଟିଥିବା ସନ୍ଦେହ କରୁଛି।

/wp:heading wp:heading {"level":4}

ମାନସରୋବର ପାର୍କ ଥାନା ପୋଲିସ୍ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ପାଖକୁ ପହଞ୍ଚିବାକୁ ଉଦ୍ୟମ କରୁଛି। ପୋଲିସର କହିବା​‌ ଅନୁସାରେ ମୃତ ମହିଳା ଶମା ଖାନ୍ (୪୬) ବୋଲି ଜଣା ପଡ଼ିଛି। ଶମା ଖାନ୍ ନିଜ ୩ଝିଅଙ୍କ ସହ ଜି-ବ୍ଲକ୍,ମାନସରୋବର ପାର୍କ ଅଞ୍ଚଳରେ ୪ମହଲା ଭଡ଼ାଘରେ ରହୁଥିଲେ।

/wp:heading wp:heading {"level":4}

ତାଙ୍କ ପରିବାରରେ ବଡ଼ ଝିଅ ମହକ(୨୩) ବ୍ୟତୀତ ୨ସାନ ଝିଅ ଅଛନ୍ତି। ଗତ କିଛି ଦିନ ହେବ ଶମା ତାଙ୍କ ସ୍ବାମୀଙ୍କଠୁ ଅଲଗା ରହୁଥିଲେ। ସୋମବାର ରାତିରେ ସେ ୩ଝିଅଙ୍କ ସହ ଘରେ ଥିଲେ। ରାତି ପାଖାପାଖି ୯.୩୦ରେ ଘରେ ଇଣ୍ଟରନେଟ୍ ଲଗାଇବାକୁ ଜଣେ ଯୁବକ ଆସିଥିଲେ।

/wp:heading wp:heading {"level":4}

ଏହି ସମୟରେ ୨ଜଣ ଯୁବକ ହଠାତ୍ ଘର ଭିତରେ ପଶି ଯାଇଥିଲେ। ମହକ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗାଳି କରିଥିଲେ। ଏହି ସମୟରେ ଜଣେ ଯୁବକ ପିସ୍ତଲ୍ ବାହାର କରି ମହକଙ୍କୁ ଗୁଳି କରି ଦେଇଥିଲା। ଗୁଳି ତାଙ୍କ କାନ୍ଧରେ ବାଜିଥିଲା। ଶମା ଝିଅଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇ ଦେଇଥିଲା।

/wp:heading wp:heading {"level":4}

ଗୋଟିଏ ଗୁଳି ଶମାଙ୍କ ଗଳାରେ ଲାଗିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ଏପଟେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପଡ଼ୋଶୀ ଗୁଳିର ଶବ୍ଦ ଶୁଣି ୨ଦୁର୍ବୃତ୍ତଙ୍କୁ ଦୌଡ଼ିଯିବାର ଦେଖିଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଶମାଙ୍କ ଘରକୁ ପହଞ୍ଚିବାରୁ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମା-ଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.