Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଜାଗମରା ଛକରୁ ଛାତ୍ରୀଙ୍କଠୁ ସ୍କୁଟି ଲୁଟିନେଲେ ୨ ଦୁର୍ବୃତ୍ତ, ସିସିଟିଭି ଫୁଟେଜ ଯାଂଚ କରି ପୋଲିସ କରୁଛି ତଦନ୍ତ

17/07/2019 at 8:59 PM

ଭୁବନେଶ୍ବର୧୭|୭: ଜାଗମରା ଛକରୁ ଜଣେ ଛାତ୍ରୀଙ୍କଠାରୁ ଦୁଇଜଣ ଲୁଟେରା ସ୍କୁଟି ଛଡେଇ ନେଇଛନ୍ତି । ଜାଗମରାରେ ଥିବା ମଲ୍ଲିକ କଂପ୍ଲେକ୍ସରେ ରହୁଥିବା ପ୍ରମୋଦ ଦାସଙ୍କ ଝିଅ ସିପ୍ରାରାଣୀ ଦାସ ଜାଗମରା ଛକରେ ସ୍କୁଟି ରଖି ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ । ଦୋକାନରୁ ଫେରି ସ୍କୁଟିର ଚାବି ଖୋଲୁଥିବାବେଳେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କଠୁ ଜୋର କରି ସ୍କୁଟି ଛଡେଇ ନେଇ ଦୃତ ଗତିରେ ଚାଲିଯାଇଥିଲେ । ସେଠାରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଲୁଟେରାମାନେ ଅଦୃଶ୍ୟ ହୋଇଯାଇଥିଲେ ।

ଲୁଟେରାଙ୍କୁ ଦୁଇଜଣ ଦୋକାନୀ ଲୁଟେରାଙ୍କୁ ପିଚ୍ଛାକରି ବିଫଳ ହୋଇଥିଲେ । ସ୍କୁଟି ଲୁଟିର ସମସ୍ତ ଘଟଣା ସ୍ଥାନୀୟ ଏକ ଦୋକାନର ସିସିଟିଭିରେ ରେକର୍ଡ ହୋଇ ରହିଛି । ଖଣ୍ଡଗିରି ପୋଲିସ ନିକଟରେ ସିପ୍ରା ଲିଖିତ ଅଭିଯୋଗ ଦାଖଲ କରିବାପରେ ପୋଲିସ ସିସିଟିଭି ଯାଂଚ କରି ଲୁଟେରାଙ୍କୁ ଖୋଜୁଛି ।

ଗତକାଲି କମଶନରେଟ ପୋଲିସ ରାଜଧାନୀରୁ ୪ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କଠାରୁ କାର, ମଟର ସାଇକଲ, ଗହଣ ଓ ଘରକରଣା ଜିନିଷ ଉଦ୍ଧାର କରିଥିଲେ । ଏହି ଘଟଣାକୁ ୨୪ଘଣ୍ଟା ନପୁରୁଣୁ ସଂଧ୍ୟା ୬ଟା ବେଳେ ସ୍କୁଟି ଲୁଟି ଘଟଣା ଯୋଗୁଁ ଲୋକେ ନିଜକୁ ଅସୁରକ୍ଷିତ ମଣୁଚନ୍ତି ।

   Related Posts