ଅମ୍ଫାନରେ କାନ୍ଥ ପଡି ୨ ମାସର ଶିଶୁ ମୃତ୍ୟୁ ଘଟଣାରେ ଚାଲିଛି ତଦନ୍ତ

Published By : Prameya-News7 Bureau | May 21, 2020 IST

ଭଦ୍ରକ୨୧/୫: ଅମ୍ଫାନ ପ୍ରଭାବରେ ଭଦ୍ରକ ଜିଲ୍ଲାର ବସୁଦେବପୁର ବ୍ଲକ ଓ ଚାନ୍ଦବାଲିରେ ଅଧିକ କ୍ଷୟକ୍ଷତି ହୋଇଛି। ଅମ୍ଫାନର ପ୍ରକୋପରୁ ବାଦ ପଡି ନାହିଁ  ଧାମରା ଅଞ୍ଚଳ। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଘର, ଚାଷଜମି ବ୍ୟତୀତ ସବୁଠାରୁ ଅଧିକ କ୍ଷତି ହୋଇଛି ବିଦ୍ୟୁତ ଷ୍ଟ୍ରକଚର। ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ଥିବା ବେଳେ ଟ୍ରାନ୍ସଫର୍ମର ସବୁ ତଳେ ଶୋଇଛି । ୩୩ କେଭି , ୧୧ କେଭି ,୪୪୦ ଭୋଲ୍ଟ ଓ ଏଲଟି ଲାଇନ ଅଧିକ ପ୍ରଭାବିତ ହୋଇଛି।  ବିଦ୍ୟୁତ ମରାମତି କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି।

ଆସନ୍ତାକାଲି ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ୯୦ ଭାଗ ଅଞ୍ଚଳକୁ ସ୍ଵଚ୍ଛ ପାଣି ଯୋଗାଇ ଦିଆଯାଉଛି। ବିଦ୍ୟୁତ ସରବରାହ ପରେ ସବୁ ଅଞ୍ଚଳରେ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି। ଜିପିଓ ମାନଙ୍କୁ ନେଇ କ୍ଷତିର ଆକଳନ  ପାଇଁ ଏକ କମିଟି ଗଠନ କରାଯାଇଛି  ବିଭିନ୍ନ ବ୍ଲକର ତହସିଲଦାରମାନେ ଖ୍ୟାତିଗ୍ରସ୍ତ ଘର ଗୁଡିକର ରିପୋର୍ଟ ୨ ଦିନ ଭିତରେ ପ୍ରଦାନ କରିବେ। ପଶୁସମ୍ପଦ ଓ ଚାଷଜମିର କ୍ଷୟକ୍ଷତିର ଆକଳନ କରୁଛି ଜିଲ୍ଲା କୃଷି ବିଭାଗ। ତିହିଡି ବ୍ଲକର କାଁପଡା ରେ ଅମ୍ଫାନ ବେଳେ ପବନ ଓ ବର୍ଷା ଯୋଗୁଁ କାନ୍ଥ ପଡି ୨ ମାସର ଶିଶୁ ମୃତ୍ୟୁ ଘଟଣାରେ ମିଳିତ ତଦନ୍ତ କରାଯାଉଛି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ଜିଲ୍ଲାପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.