ପୋଖରୀରୁ ୨ ଶିଶୁଙ୍କ ମୃତଦେହ ଉଦ୍ଧାର : ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ଦୁଇଜଣ
19/02/2019 at 10:52 AM

ରାୟଗଡା ୧୯/୨ : ରାୟଗଡା ବ୍ଲକ ମାଟିକଣା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପାଣିରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି | ମୃତ ଶିଶୁ ଦୁଇଜଣ ହେଲେ ଆର.ଏସ ହିମିରିକା ଏବଂ ସୁନୀଲ ହିମିରିକା | ଉଭୟଙ୍କ ବୟସ ୭ ବର୍ଷ | ଦୁଇ ଶିଶୁ ଗତକାଲି ଠାରୁ ନିଖୋଜ ଥିଲେ | ଆଜି ସକାଳୁ ଗାଁ ନିକଟ ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | ଘଟଣାସ୍ଥଳରେ ପୋଲିସ ପହଂଚି ଦୁଇ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି | ତେବେ କେଉଁଭଳି ସ୍ଥିତିରେ ଶିଶୁଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ | ଦୁଇ ଶିଶୁଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି |
Related Posts
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021