ସନ୍ଦେହ ଜନକ ଅବସ୍ଥାରେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

Published By : Prameya-News7 Bureau | August 11, 2018 IST

ବାଲେଶ୍ୱର ୧୧/୮ : ସନ୍ଦେହ ଜନକ ଅବସ୍ଥାରେ ଦୁଇ ଦାମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଦାର ହୋଇଛି । ଦୁଇ ଛାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ହତବାକ ହୋଇଯାଇଛନ୍ତି । ଗାଁରେ ଆଲୋଡନ ଖେଳିଯାଇଛି । ଛୋଟବେଳୁ ସାଙ୍ଗଥିବା ଦୁଇ ଛାତ୍ରୀଙ୍କର କଣ ପାଇଁ ମୃତ୍ୟୁ ହେଲା ସେ ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି। ସୋର ଥାନା ତେଣ୍ଡି ଗାଁ ୨ ନମ୍ବର ୱାର୍ଡ ମଳିକ ସହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଳିକ ସାହିର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଓ ବିରିପଡା ଗ୍ରାମର ବୃନ୍ଧାବନ ଦାସଙ୍କ ଝିଅ ପ୍ରିୟଙ୍କା ଷଷ୍ଠ ଶ୍ରେଣୀରୁ ସାଙ୍ଗ ହୋଇ ପାଠ ପଢ଼ନ୍ତି । ଅଷ୍ଟମ ଶ୍ରେଣୀରୁ ସେମାନେ ନିକଟସ୍ଥ ଭିକାରୀ ଚରଣ ହାଇସ୍କୁଲରେ ପାଠ ପଢୁଥିଲେ । ୧୦ ମ ଶ୍ରେଣୀ ଠାରୁ ପ୍ରିୟଙ୍କା ରାତିରେ ଟିୟସନ ସାରି ଲକ୍ଷ୍ମୀପ୍ରିୟା ଘରେ ଶୋଇ ପଡେ। ସବୁଦିନ ପରେ ରାସ୍ତା ସେପଟରୁ ରାତି ୯ ଟା ୩୦ ମିନିଟରେ ବିଜ୍ଞାନ ଶିକ୍ଷକଙ୍କ ଘରୁ ସଂସ୍କୃତ ସାରଙ୍କ ଠାରୁ ଟୁୟସନ ହୋଇ ଲକ୍ଷ୍ମୀପ୍ରିୟାଙ୍କ ଘରେ ଦୁଇ ସାଙ୍ଗ ଶୋଉଥିଲେ । ସକାଳେ ଶନିବାର ସକାଳିଆ ସ୍କୁଲ ହୋଇଥିବାରୁ ସେମାନରେ ସଅଳ ନଉଠିବାରୁ ତାଙ୍କର ଅନ୍ୟ ଜଣେ ସାଙ୍ଗ ଡାକିଥିଲା । ଉଭୟ ସାଙ୍ଗ ନଉଠିବାରୁ ଲକ୍ଷ୍ମୀପ୍ରିୟାର ମା ଅନିତା ଡାକିଥିଲା । ସେତେ ବେଳେ ଜଣ ପଡିଥିଲା ଦ୍ୱୟୀ ଜଣଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ମୀପ୍ରିୟାଙ୍କ ଘରେ ବାପା ବୀରେନ୍ଦ୍ର ଓ ମା ଅନିତା ଥିବା ବେଳେ ତାର ଭାଈ ଭରବଙ୍କନଶ୍ବରେ ରହିଥିଲା । ଖବର ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଛାତ୍ରୀଙ୍କ ମୃତଦେହକୁ ସୋରୋ ଡାକ୍ତରଖାନାକୁ ପଠାଇଦେଇଛି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି | ତେବେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ପାଇଥିବା ବେଳେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.