ବନ୍ଧୁକ ମୁନରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ

Published By : Prameya-News7 Bureau | June 14, 2019 IST

ଉତ୍ତର ପ୍ରଦେଶରେ ବନ୍ଧୁକ ମୁନରେ ଦୁଇଜଣ ନାବାଳିକା ଭଉଣୀ ସହ ୪ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଅଧିକାରୀ ଆଲୋକ ଶର୍ମାଙ୍କ ସୂଚନା ଅନୁଯାୟୀ, ଦୁଇ ନାବାଳିକା ଭଉଣୀଙ୍କ ବୟସ ୧୩ ବର୍ଷ ଓ ୧୫ ବର୍ଷ । ଦୁଇ ଭଉଣୀଙ୍କ ସହ କେଶରବା ଗାଁର ୪ଜଣ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀ ନିଜ ମାଙ୍କୁ ଖୋଜିବାକୁ ଆଖୁ କିଆରୀକୁ ଯାଇଥିବା ସମୟରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । 

{"id":122858}

୪ଜଣ ଦୁଇ ଭଉଣୀଙ୍କ ଡରେଇ ଧମକେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପାଟିକଲେ କିମ୍ବା କାହାକୁ ଡାକିଲେ ଉଭୟଙ୍କୁ ଗୁଳି କରିଦେବେ ବୋଲି ଧମକ ଦେଇଥିଲେ ୪ଜଣ ଅଭିଯୁକ୍ତ । ୪ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହ ଅନେକ ସ୍ଥାନରେ ଚଢ଼ାଉ କରୁଛି ।

{"id":122859,"width":582,"height":501}

ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶରେ ନାବାଳିକାଙ୍କ ସହ ଦୁଷ୍କର୍ମର ଅନେକ ଖବର ଆସିଛି । ଯେଉଁଥିପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିୟମ ମଧ୍ୟ ଜାରି କରିଛନ୍ତି । ଗ୍ରାମୀଣ ଅଞ୍ଚଳରେ ପୋଲିସକୁ ଚାଲି ଚାଲି ପାଟ୍ରୋଲିଂ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.