Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଚକଲେଟ ଦେବା ବାହାନାରେ ୭ ବର୍ଷ ଓ ୮ ବର୍ଷର ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

24/04/2020 at 12:53 PM

ଚିତ୍ରକୂଟ ୨୪/୦୪ : ଉତ୍ତର ପ୍ରଦେଶ ଚିତ୍ରକୂଟ ଜିଲ୍ଲାର ରାଜାପୁର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବକ ଦୁଇ ଶିଶୁଙ୍କୁ ଦୁଷ୍କର୍ମ କରିଛି | ଦୁଇ ଶିଶୁ ସମ୍ପର୍କୀୟ ଭଉଣୀ | ଦୁଷ୍କର୍ମକାରୀ ଯୁବକ ଫେରାର ଅଛି | ପୋଲିସ ଅଭିଯୁକ୍ତ ଯୁବକକୁ ଖୋଜୁଛି |

ରାଜାପୁର ଥାନା ଅଧିକାରୀ ଗୁଲାବ ଚନ୍ଦ୍ର ତ୍ରିପାଠୀ ଗୁରୁବାର ଦିନ ଏକ ମାମଲା ରୁଜ୍ଜୁ କରିଥିଲେ | ରିପୋର୍ଟ ଅନୁଯାୟୀ, ରାଜାପୁର ଥାନା ଅନ୍ତର୍ଗତ ଏକ ଗାଁରେ ବୁଧବାର ଅପରାହ୍ନରେ ଦୁଇ ସମ୍ପର୍କୀୟ ଭଉଣୀ ଘର ବାହାରେ ଖେଳୁଥିଲେ | ଠିକ ସେତିକିବେଳେ ଗାଁର ଜଣେ ଯୁବକ ବଲବୀର ସିଂହ ଦୁଇ ଶିଶୁଙ୍କୁ ଚକଲେଟ ଦେବା ବାହାନାରେ ଏକ ଶୂନଶାନ ଜାଗାକୁ ନେଇଯାଇଥିଲା ଏବଂ ସେଠାରେ ଦୁଇ ଶିଶୁଙ୍କ ଶହ ଦୁଷ୍କର୍ମ କରିଥିଲା |

ସେଠାରୁ ଯାଉଥିବା କିଛି ଲୋକ ଶିଶୁଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ | ଲୋକଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା | ଶିଶୁଙ୍କ ବୟସ ୭ ବର୍ଷ ଓ ୮ ବର୍ଷ | ଥାନା ଅଧିକାରୀ ଗୁଲାବ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ, ଘରଲୋକଙ୍କ ଅଭିଯୋଗରେ ଅଭିଯୁକ୍ତ ଯୁବକ ବଲବୀର ସିଂହ ବିରୋଧରେ ୩୭୬ ଧାରା ଓ ପୋକସୋ ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଛି | ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି | ଉଭୟ ଶିଶୁଙ୍କ ମେଡିକାଲ ଯାଞ୍ଚ କରାଯାଇଛି |

ଚିତ୍ରକୂଟ ଜିଲ୍ଲାରେ ଆଉ ଏକ ଦୁଷ୍କର୍ମ ମାମଲା ରହିଛି | ମଉ ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ଚୌରସିଆ ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ଦିନ ଜଙ୍ଗଲରେ ଛେଳି ଚରାଉଥିବା ଜଣେ ୧୦ ବର୍ଷର ଶିଶୁ ସହିତ ଗଣଦୁଷ୍କର୍ମ ହୋଇଥିଲା | ମାମଲାରେ ନାବାଳିକାଙ୍କ ୧୨ ବର୍ଷୀୟ ଓ ୧୫ ବର୍ଷୀୟ ଭାଇକୁ ଗିରଫ କରାଯାଇଥିଲା | ଉଭୟ ଅଭିଯୁକ୍ତଙ୍କୁ ସୁଧାର ଗୃହ ପଠାଇ ଦିଆଯାଇଛି |

   Related Posts