ଆନନ୍ଦପୁର ବୈତରଣୀ ନଦୀରେ ଭାସିଗଲେ ୨ ନାବାଳିକା : ଜଣେ ମୃତ, ଜଣେ ନିଖୋଜ

Published By : Prameya-News7 Bureau | September 10, 2018 IST

ଆନନ୍ଦପୁର ୧୦/୯ : ଆନନ୍ଦପୁର ବୈତରଣୀ ନଦୀର କୋଡ଼ାପଡା ନିକଟ ଗୌଡ଼ଡିହ ଘାଟଠାରେ ଆଜି ଗାଧୋଇବା ବେଳେ ଜଣେ ନାବାଳିକାର ମୃତ୍ୟୁ ଘଟିଛି | ଅନ୍ୟ ଜଣେ ନାବାଳିକା ନିଖୋଜ ଥିବା ଜଣାପଡିଛି | ନିଖୋଜ ନାବାଳିକାଙ୍କ କୌଣସି ସନ୍ଧାନ ମିଳିନାହିଁ | ନିଖୋଜ ନାବାଳିକାଙ୍କୁ ଖୋଜିବାରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି | ଗୌଡ଼ଡିହ ଗାଁର ଗିରିଜା ପାତ୍ରଙ୍କ ୧୦ ବର୍ଷୀୟ ଝିଅ ଜୟଶ୍ରୀ, ବୁଦ୍ଧିଆ ପାତ୍ରଙ୍କ ୧୨ ବର୍ଷୀୟ ଝିଅ ପ୍ରୀତି ଓ ସେହି ଗାଁର ପାୟଲ ନାମକ ଅନ୍ୟ ଜଣେ ୧୪ ବର୍ଷୀୟ ଝିଅ ସାଙ୍ଗ ହୋଇ ନଦୀକୁ gadheibaku ଯାଇଥିଲେ | ପାୟଲ ନଦୀଘାଟରେ ଲୁଗା ସଫା କରିବା ସମୟରେ ଜୟଶ୍ରୀ ଓ ପ୍ରୀତି ହାତ ଧରାଧରି ହୋଇ ନଦୀ ଭିତରକୁ ଗାଧୋଇବାକୁ ଓହ୍ଲାଇଥିଲେ | ଏତିକି ବେଳେ ଉଭୟଙ୍କ ଗୋଡ ଖସିଯିବାରୁ ସେମାନେ ନଦୀରେ ଭାସିଯାଇଥିଲେ | ସ୍ଥାନୀୟ ଲୋକେ ଓ ଆନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଖୋଜାଖୋଜିର କିଛି ସମୟ ପରେ ଜୟଶ୍ରୀର ମୃତଦେହ ମିଳିଥିଲା | ତେବେ ନିଖୋଜ ପ୍ରୀତିର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ | ଉଦ୍ଧାର କାର୍ଯ୍ୟ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.