Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କ୍ଷୀର ପିଇ ଦୁଇ ନିରୀହ ଭଉଣୀଙ୍କ ମୃତ୍ୟୁ: ରୋଷେଇ ଘରୁ ଉଦ୍ଧାର ହେଲା ବିଷାକ୍ତ ସାପ

13/09/2020 at 12:58 PM

ଗାଜିପୁର ୧୩/୦୯ : ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲା ମରଦହ ଗାଁରେ କ୍ଷୀର ପିଇ ଦୁଇ ନିରୀହ ଭଉଣୀଙ୍କ ମୃତ୍ୟୁ ହୋଇଛି । କ୍ଷୀର ପିଇବାର କିଛି ସମୟ ପରେ ଦୁଇ ଭଉଣୀ ଛଟପଟ ହୋଇଥିଲେ ଓ ତାଙ୍କ ପାଟିରୁ ଫେଣ ବାହାରିଥିଲା । ଉଭୟଙ୍କୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହସ୍ପିଟାଲରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ଯେଉଁଠି କ୍ଷୀର ରଖା ଯାଇଥିଲା, ସେଠାରୁ  କିଛି ଦୂରରେ ଏକ ବିଷଧର ସାପ ଥିଲା । ସାପ କ୍ଷୀର ପିଇଥିବା ସନ୍ଦେହ କରାଯାଉଛି । ଯାହାଫଳରେ ସେହି ବିଷାକ୍ତ କ୍ଷୀର ପିଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପରିବାର ଲୋକ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ମନା କରି ଦୁଇ ଭଉଣୀଙ୍କ ଶବ ସତ୍କାର କରିଛନ୍ତି ।

ସୂଚନା ଅନୁଯାୟୀ, ଛୋଟକା ମରଦହ ଗାଁରେ କରିମ ଅହମଦ ନିଜ ପତ୍ନୀ ଓ ୫ ବର୍ଷ ଓ ୩ ବର୍ଷର ଦୁଇ ଝିଅ ସହ ରୁହନ୍ତି । କୁହାଯାଉଛି ଯେ ଘରେ ସମସ୍ତେ ଶୋଇଥିଲେ । ହଠାତ ଦୁଇ ଭଉଣୀ ନିଦରୁ ଉଠି କାନ୍ଦିଥିଲେ | ଦୁଇ ଝିଅ କାନ୍ଦୁଥିବା ଶୁଣି କରିମଙ୍କର ମଧ୍ୟ ନିଦ ଭାଙ୍ଗି ଯାଇଥିଲା । ସେ ଦୁଇ ଝିଅଙ୍କୁ ଚୁପ କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଚୁପ ନ ହେବାରୁ ତାଙ୍କୁ କ୍ଷୀର ଆଣି ପିଇବାକୁ ଦେଇଥିଲେ । କ୍ଷୀର ପିଇବାର କିଛି ସମୟ ପରେ ଦୁଇ ଭଉଣୀ ଛଟପଟ ହୋଇଥିଲେ ଓ ତାଙ୍କ ମୁହଁରୁ ଫେଣ ବାହାରିଥିଲା । ଏହାପରେ ଘରଲୋକ ଉଠି ଯାଇଥିଲେ । ହଠାତ ଦୁଇ ଝିଅଙ୍କୁ ଛଟପଟ ହେଉଥିବା ଦେଖି ଘରଲୋକ ଚକିତ ହୋଇଯାଇଥିଲେ । ଯେଉଁଠି କ୍ଷୀର ରଖା ଯାଇଥିଲା କିଛି ଦୂରରେ ଏକ ବିଷାକ୍ତ ସାପ ଥିବା ଦେଖି ଘରଲୋକ ଦୁଇ ଝିଅଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଝିଅଙ୍କ ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଥିଲା | ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକ ଖେଳି ଯାଇଥିଲା ।

   Related Posts