Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବାଇକରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଦୁଇ ନାବାଳକ: ମାଲବାହୀ ଗାଡି ସହ ଧକ୍କା ହେବାପରେ ଲାଗିଯାଇଥିଲା ନିଆଁ

30/01/2021 at 6:02 PM

ଅମରାବତୀ ୩୦/୦୧ : ମହାରାଷ୍ଟ୍ର ଅମରାବତୀ ଜିଲ୍ଲାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଏକ ମାଲବାହୀ ଗାଡି ସହ ଧକ୍କା ହୋଇ ବାଇକରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ବାଇକରେ ଥିବା ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଆସେଗାଁ ଥାନା ଅନ୍ତର୍ଗତ ପରତବାଡା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ମାଲବାହୀ ଗାଡି ବାଇକକୁ ଧକ୍କା ଦେବାପରେ ବାଇକରେ ନିଆଁ ଲାଗିଯାଇଥିଲା। ବାଇକ ଚଲାଉଥିବା ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ଦୁଇ ନାବାଳକ ହେଲେ ୧୭ ବର୍ଷୀୟ ସାର୍ଥକ ବୈଦ୍ୟ ଓ ୧୫ ବର୍ଷୀୟ ନିବରୁତ୍ତି ସାଲବ।

ବାଇକକୁ ଧକ୍କା ଦେବାପରେ ବାଇକ ରାସ୍ତାରେ ୨୫ ରୁ ୩୦ ମିଟର ଯାଏଁ ଘୋଷାଡ଼ି ହୋଇଯାଇଥିଲା। ଘର୍ଷଣରୁ ବାହାରିଥିବା ନିଆଁରେ ବାଇକରେ ନିଆଁ ଲାଗିଯାଇଥିଲା ଓ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ହୋଇଥିଲା। ଦେଖୁ ଦେଖୁ ଦୁଇ ନାବାଳକଙ୍କୁ ନିଆଁ କବଳିତ କରିନେଇଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ପୋଲିସ କହିଛି ଯେ ସାର୍ଥକ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ନିବରୁତ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଥିଲା। ସ୍ଥାନୀୟ ଲୋକେ ପାଣି ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ମାଲବାହୀ ଗାଡିର ଚାଳକ ବିରୋଧରେ ସ୍ଥାନୀୟ ଥାନାରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ।

   Related Posts