୨ନାବାଳିକା ଓ ୮ଯୁବତୀଙ୍କୁ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ, ଦଲାଲ ଗିରଫ

Published By : Prameya-News7 Bureau | July 10, 2019 IST

ଜି. ଉଦୟଗିରି୧୦|୭: କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ରାଇକିଆ ବସଷ୍ଟାଣ୍ଡରେ ଆଜି ଏକ ଘରୋଇ ବସରୁ ୨ଜଣ ନାବାଳିକା ଓ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦଲାଲକୁ ଗିରଫ କରିଛି । ଦଲାଲ ଏମାନଙ୍କୁ ଚେନ୍ନାଇ ଚାଲାଣ କରୁଥିଲା ।  

ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଢୋଲମରା ଅଂଚଳର ପ୍ରସନ୍ନ କୁମାର ନାୟକ  ଏହି ଯୁବତୀଙ୍କୁ ଚାଲାଣ କରୁଥିଲା । ଯୁବତୀଙ୍କୁ ତାମିଲନାଡୁ, ଚିଙ୍ଗୁଡି ଫେକ୍ଟ୍ରୀରେ କାମ କରାଇଦେବାକୁ କହି ନେଉଥିବା ବେଳେ ରାଇକିଆ ପୋଲିସ ଦଲାଲକୁ ଗିରଫ କରିଛି।

ନାବାଳିକା ଓ ଯୁବତୀଙ୍କ ଘର ,ରାଇକିଆ, ଟିକାବାଲି, ସାରଙ୍ଗଡ଼ ଓ ଗଂଜାମ ଜିଲ୍ଲା ଆସ୍କା ଅଂଚଳରେ ବୋଲି ଜଣାପଡିଛି। ପୋଲିସ 48/19 କେସ୍ ରୁଜୁ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.