୨ ନିୟୁତ ପ୍ରବାସୀ ଭାରତୀୟ କରୋନାରେ ପ୍ରଭାବିତ: ରହୁଛନ୍ତି ୧୦ଟି ବିଦେଶ ରାଷ୍ଟ୍ରରେ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ୧୯/୩: କରୋନା ଭାଇରସ୍‌ ସାରା ବିଶ୍ବକୁ ଘାରିଛି। ରାଜ୍ୟ ଓ କେନ୍ଦ୍ର ସରକାର କରୋନା ଭାଇରସ୍‌ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଅଯଥାରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଜନସାଧାରଣଙ୍କୁ ଉଭୟ ସରକାର ପରାମର୍ଶ ମଧ୍ୟ ଦେଇଛନ୍ତି। କିନ୍ତୁ ଏହି ସମୟରେ କରୋନାକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବୁଧବାର ସଂସଦରେ କେନ୍ଦ୍ର ସରକାର ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ୨୫୫ ଜଣ କରୋନା( କୋଭିଡ-୧୯) ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ରୁ ଉତ୍ପତ୍ତି ଏହି କରୋନା ଭାଇରସ୍‌ ବିଶ୍ବରେ ଏକ ଝଡ଼ ସୃଷ୍ଟି କରିଛି। ଏପରି କି ଚୀନ୍‌ରୁ ଶତାଧିକ ଭାରତୀୟଙ୍କୁ ସରକାର ସ୍ଥାନାନ୍ତର କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ କରୋନା ଭାଇରସ୍‌ରେ ଅସୁରକ୍ଷିତ ଅଛନ୍ତି।

ତେବେ ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ର ଦ୍ବାରା ସର୍ଭେ ଅନୁସାରେ ଭାରତ ବିଶ୍ବରେ ଅନ୍ତର୍ଜାତୀୟ ପ୍ରବାସୀମାନଙ୍କ କ୍ଷେତ୍ରରେ ଅଗ୍ରଣୀ ଥିଲା। ପାଖାପାଖି ୧୭.୫ ନିୟୁତ ଭାରତୀୟ ବିଶ୍ବରେ ବିଭିନ୍ନ ଦେଶରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬ ପ୍ରତିଶତରୁ ଅଧିକ ଭାରତର ମୂଳ ବାସିନ୍ଦା ଅଟନ୍ତି।

ଡିସେମ୍ବର ୨୦୧୮ରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବିଦେଶରେ ୧୩ ନିୟୁତରୁ ଅଧିକ ଏନ୍‌ଆରଆଇ ରହିଛନ୍ତି। ଯେଉଁମାନେ ଭାରତୀୟ ପାସପୋର୍ଟ ଧରିଥାଆନ୍ତି କିନ୍ତୁ ସାଧାରଣତଃ ଭାରତ ବାହାରେ ରହିଥାଆନ୍ତି। ସେହିପରି ୧୮ ନିୟୁତ ଭାରତୀୟମାନଙ୍କ ପୂର୍ବଜମାନେ ଭାରତରେ ରହୁଥିଲେ। କିନ୍ତୁ ସେମାନଙ୍କ ପାଖରେ ବାହାର ଦେଶର ପାସପୋର୍ଟ ମଧ୍ୟ ଥିଲା। କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ୧୦ଟି ଦେଶରେ ୧୫ ପ୍ରତିଶତ ଏନଆରଆଇ (ପାଖାପାଖି ୨ ନିୟୁତ ଲୋକ) ରହିଛନ୍ତି। ଏପରି କି ଚୀନ୍‌ରେ ମଧ୍ୟରେ ଭାରତୀୟମାନେ ରହିଛନ୍ତି। ଅଧିକାଂଶ ୧.୩ ନିୟୁତ ଏନ୍‌ଆର୍‌ଆଇ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.