ବିଲେଇଙ୍କ କିଡନୀ ରୋଗର ଚିକିତ୍ସା ଉପାୟ ଖୋଜିବାକୁ ଚାଲିଥିଲା ରିସର୍ଚ୍ଚ: ଯୋଗାଡ ହେଲା ୨୦ ଲକ୍ଷ ଡଲାର ଚାନ୍ଦା

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯ : କଥାରେ ଅଛି ବିଲେଇଙ୍କୁ ୯ଥର ଜୀବନ ମିଳେ। କିନ୍ତୁ ପ୍ରାୟତଃ କିଡନୀ ରୋଗ ଯୋଗୁଁ ବିଲେଇଙ୍କ ମୃତ୍ୟୁ ହୋଇଥାଏ। ଜାପାନରେ ଏହି ରୋଗର ଚିକିତ୍ସା ପ୍ରଣାଳୀ ଖୋଜିବା ପାଇଁ କିଛି ବିଲେଇ ପ୍ରେମୀ ଚାନ୍ଦାରେ ପ୍ରାୟ ୨୦ ଲକ୍ଷ ଡଲାର ଯୋଗାଡ କରିଛନ୍ତି। ଟୋକିଓ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବିଲେଇଙ୍କୁ କିଡନୀ ରୋଗରୁ ବଞ୍ଚାଇବା ତରିକା ଉପରେ ରିସର୍ଚ୍ଚ କରୁଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ କର୍ପୋରେଟ ସେକ୍ଟରରୁ ରିସର୍ଚ୍ଚ ପାଇଁ ଆସୁଥିବା ଫଣ୍ଡିଙ୍ଗ ବନ୍ଦ ହୋଇଯାଇଥିଲା।

{"id":511999,"width":657,"height":370,"sizeSlug":"full","linkDestination":"none"}

ସମାଚାର ଏଜେନ୍ସି ଜିଜି ପ୍ରେସ ଏହି ଅନୁସନ୍ଧାନକାରୀଙ୍କ ସମସ୍ୟାକୁ ଣେକ ଏକ ଲେଖା ପ୍ରକାଶିତ କରିବା ତାହା ଭାଇରାଲ ହୋଇଥିଲା। ସେହି ଲେଖା ପାଇଁ ବିଲେଇ ପ୍ରେମୀ ଏହି ରିସର୍ଚ୍ଚକୁ ଜାରି ରଖିବାକୁ ଅନଲାଇନ ଚାନ୍ଦା ଯୋଗାଡ କରିବାକୁ ଅଭିଯାନ ଆରମ୍ଭ କଲେ। ହଜାର ହଜାର ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ। କିଛି ଘଣ୍ଟା ମଧ୍ୟରେ ଟିମକୁ ୩ ହଜାର ଲୋକ ଚାନ୍ଦା ପଠାଇଥିଲେ ଓ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ବଢି ୧୦ ହଜାର ହୋଇଯାଇଥିଲା। ୯୦ ଡଲାର ଚାନ୍ଦା ଦେଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଠିକ ସମୟରେ ବିଲେଇଙ୍କ ଚିକିତ୍ସା ହେଉ ଏବଂ ଏହି ଚାନ୍ଦା ବିଲେଇଙ୍କ କାମରେ ଆସୁ।

କିଡନୀ ରୋଗ ବିଲେଇଙ୍କ ପାଇଁ ବହୁତ ବିପଦ ସୃଷ୍ଟି କରୁଛି। କାରଣ ବିଲେଇଙ୍କ ଜିନରେ ଏକ ପ୍ରକ୍ରିୟା ଅନୁଯାୟୀ ସାଧାରଣତଃ ଏକ ଜରୁରୀ ପ୍ରୋଟିନ ସକ୍ରିୟ ହୋଇପାରିନଥାଏ। ଏହି ପ୍ରୋଟିନକୁ ଏଆଇଏମ କୁହାଯାଏ ଓ ଏହା ଶରୀରରେ ମଲା କୋଷ ଓ ଅନ୍ୟ ବିଷାକ୍ତ ପଦାର୍ଥ ସଫା କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ କିଡନୀ ନଷ୍ଟ ହେବାରୁ ରକ୍ଷା ପାଇଥାଏ।

{"id":512000,"sizeSlug":"large","linkDestination":"none"}

ଇମ୍ୟୁନୋଲୋଜି ପ୍ରଫେସର ତୋରୁ ମିୟାଜାକି ଓ ତାଙ୍କ ଟିମ ଏହି ପ୍ରୋଟିନକୁ ଏକ ସ୍ଥିର ମାତ୍ରାରେ ରଖିବାକୁ ଓ ଗୁଣବତ୍ତା ବୃଦ୍ଧି କରିବାକୁ କାମ କରୁଛନ୍ତି। ସେ ଆଶା କରୁଛନ୍ତି ଯେ ଏମିତି ଏକ ତରିକା ବାହାର କରିପାରିବେ ଯାହାଫଳରେ ବିଲେଇଙ୍କ ଆୟୁଷ ୧୫ ବର୍ଷରୁ ବଢି ଦୁଇଗୁଣ ହୋଇପାରିବ। ଏହି ଟିମ ପାଳିତ ପଶୁଙ୍କ ପାଇଁ ଏମିତି ଖାଦ୍ୟ ବିକଶିତ କରୁଛି ଯେଉଁଥିରେ ଏମିତି ପଦାର୍ଥ ଥିବ ଯାହା ବିଲେଇଙ୍କ ରକ୍ତରେ ନିଷ୍କ୍ରିୟ ହୋଇଯାଇଥିବା ଏଆଇଏମକୁ ସକ୍ରିୟ କରିବାରେ ସାହାଯ୍ୟ କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.